ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗର ମାଳଦାରେ ମଙ୍ଗଳବାର ବିଜେପି ଏକ ବିଶାଳ ସମାବେଶର ଆୟୋଜନ କରିଛି। ଏଥିରେ ଅମିତ ଶାହ ଯୋଗ ଦେଇ ସମ୍ବୋଧନ ଦେବେ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୁସ୍ଥ ହେବାପରେ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଶାହ ଗସ୍ତର ପ୍ରଥମ ଦିନରେ ପଶ୍ଚିମବଙ୍ଗର ମାଳଦା ଜିଲ୍ଲାରେ ଆୟୋଜିତ ଏକ ବିଶାଳ ଜନସଭାରେ ଯୋଗ ଦେବେ। ଜନସଭାରେ ଯୋଗ ଦେଇ ଶାହ ସମ୍ବୋଧନ ଦେବେ। ଲୋକସଭା ନିର୍ବାଚନ ନିମନ୍ତେ ପଶ୍ଚିମବଙ୍ଗରେ ପ୍ରଚାର ପ୍ରସାର ଜୋର କରିବେ।

ଜାନୁଆରୀ ୨୩, ବୁଧବାର ମଧ୍ୟ ଶାହ ପଶ୍ଚିମବଙ୍ଗରେ ଆଉ ଏକ ଜନସଭାରେ ଯୋଗ ଦେବେ।

ଜାନୁଆରୀ ୧୯ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିଶାଳ ସମାବେଶ ଆୟୋଜନ କରିଥିଲେ। ଏଥିରେ ୨୦ଟି ବିରୋଧୀ ଦଳ ସାମିଲ ହୋଇଥିଲେ। ମମତାଙ୍କର ବିଶାଳ ସମାବେଶ ପରେ ଏବେ ବିଜେପି ପଶ୍ଚିମବଙ୍ଗରେ ଏକ ରାଲିର ଆୟୋଜନ କରିଛି।

ରବିବାର ଅମିତ ଶାହଙ୍କ ହେଲିକପ୍ଟର ଅବତରଣକୁ ମାଳଦା ଜିଲ୍ଲା ପ୍ରଶାସନ ଅନୁମତି ଦେଇନଥିଲେ। ଏନେଇ ବିବାଦ ଜୋର ଧରିବା ପରେ ସୋମବାର ଅବତରଣ ପାଇଁ ଅନୁମତି ମଳିଥିଲା।

ତେବେ ଶାହଙ୍କ ସମାବେଶ ପଶ୍ଚିମବଙ୍ଗରେ ପଦ୍ମ ଫୁଟାଇ ପାରିବ କି ନାହିଁ ତାହା ଦେଖିବାକୁ ବାକି ରହିଛି।

Comment