ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ କାର୍ଯ୍ୟକାଳ ଭିତରେ ମିଳିଥିବା ଉପହାରର ନିଲାମୀ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ କାର୍ଯ୍ୟକାଳ ଭିତରେ ମିଳିଥବା ଉପହାରର ନିଲାମ ହେବାକୁଯାଉଛି। ଏହି ନିଲାମୀ କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୨୭ରେ ଅନୁଷ୍ଠିତ ହେବ।

ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରିୟ ଆଧୁନିକ କଳା ସଂଗ୍ରହାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମୋଦିଙ୍କୁ ମିଳିଥିବା ୧ ହଜାର ୯ ଶହ ଉପହାରକୁ ନିଲାମ କରାଯିବ।

ଏହି ଉପହାର ଭିତରେ ବିଭିନ୍ନ ଦେଶରୁ ମିଳିଥିବା ମୂର୍ତ୍ତି, ଚାଦର, ପଗଡ଼ି, ଜ୍ୟାକେଟ, ପାରମ୍ପରିକ ବାଦ୍ୟ ଯନ୍ତ୍ର ରହିଛି।

ଜାନୁଆରୀ ୨୭ ଓ ୨୮ ଦୁଇଦିନ ଧରି ଏହି ନିଲାମ କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ରମ ଦିନ ୧୨ଟାରୁ ଆରମ୍ଭ ହେବ। ଏହାପରେ ଜାନୁଆରୀ ୨୯ ଓ ୩୦ ତାରିଖରେ ଅନଲାଇନରେ ବି ଏହାର ନିଲାମ ହେବ।

ନିଲାମରୁ ମିଳିଥିବା ଟଙ୍କା ଗଙ୍ଗା ନଦୀ ସଫା ସୁତରା ପାଇଁ କାର୍ଯ୍ୟରେ ଖର୍ଚ୍ଚ ହେବ।

Comment