ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପାଖେଇ ଆସୁଛି ନିର୍ବାଚନ। ଭୋଟରଙ୍କୁ ମନାଇବା ପାଇଁ ବିଜେପି ଏବଂ କଂଗ୍ରେସର ଜାତୀୟ ସ୍ତରର ନେତା ଓଡ଼ିଶା ଉପରେ ଫୋକସ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ଓଡ଼ିଶା ଆସୁଛନ୍ତି। ରାହୁଲ ଭୁବନେଶ୍ୱର ତମାଣ୍ଡୋ ପଡ଼ିଆରେ ସାଧାରଣ ସଭାରେ ଉଦବୋଧନ ଦେବେ।

କେବଳ ତମାଣ୍ଡୋ ନୁହେଁ, ରାହୁଲ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ନିର୍ବାଚନ ପ୍ରଚାର କରିବେ। ନିର୍ବାଚନ ଯାଏଁ ପ୍ରତି ମାସରେ ରାହୁଲ ଓଡ଼ିଶା ଗସ୍ତରେ ଆସିବେ ବୋଲି ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି।

“ନିର୍ବାଚନ ପାଖେଇ ଆସୁଥିବାରୁ ଏଣିକି ସବୁ ମାସରେ କଂଗ୍ରେସ ସଭାପତି ଓଡ଼ିଶା ଆସିବେ। ସାଧାରଣ ଲୋକଙ୍କୁ ଉଦବୋଧନ ଦେବେ”, କହିଛନ୍ତି ଜିତେନ୍ଦ୍ର ସିଂ।

ଏହାସହ ଦଳରେ ବିଶୃଙ୍ଖଳାକାରୀଙ୍କୁ ବି କଡ଼ା ଚେତାବନୀ ଦେଇଛନ୍ତି ଜିତେନ୍ଦ୍ର। ସେ କହିଛନ୍ତି ଯେ ଦଳରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବନି। ବିଶୃଙ୍ଖଳାକାରୀଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଆଗକୁ ମଧ୍ୟ ବଳବତ୍ତର ରହିବ।

ମୋଦି ଗୋଟିଏ ମାସରେ ତିନି ଥର ଓଡ଼ିଶା ଆସି କଂଗ୍ରେସ ଉପରେ ବର୍ଷିଛନ୍ତି। ଉପକୂଳ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ସଭା କରି ଓଡ଼ିଶା ଭୋଟରଙ୍କୁ ପ୍ରଭାବିତ କରିଛନ୍ତି। ଏଣୁ ଏହାକୁ କାଉଣ୍ଟର କରିବା ପାଇଁ ରାହୁଲ ପ୍ରତି ମାସରେ ଓଡ଼ିଶା ଆସିବା ପାଇଁ ସ୍ଥିର କରିଥିବା ଚର୍ଚ୍ଚା ହେଉଛି।

Comment