ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏମିତି ଅନେକ ଅଭିନେତା,ଅଭିନେତ୍ରୀ ଓ ସିଙ୍ଗର ଅଛନ୍ତି ଯେଉଁମାନେ ‘ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ’ରେ ନିଜ ନାଁ ସାମିଲ କରିସାରିଛନ୍ତି। ଏହି ଲିଷ୍ଟରେ ବିଗ୍ ବି ଅଭିତାଭ, କ୍ୟାଟ୍ରିନା, ସାହାରୁଖ, ସୋନାକ୍ଷି ସିହ୍ନାଙ୍କ ବ୍ୟତିତ ଅନେକ ସେଲିବ୍ରିଟି ସାମିଲ ଅଛନ୍ତି।

ତେବେ ଆସନ୍ତୁ ଜାଣିବା କେଉଁମାନେ ଓ କାହିଁକି ‘ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ’ରେ ନିଜ ନାଁ ସାମିଲ କରିସାରିଛନ୍ତି।

ଅମିତାଭ ବଚ୍ଚନ

ବିଗ୍‌ ବି ଅମିତାଭ ବଚ୍ଚନ ୧୯ଜଣ ସିଙ୍ଗରଙ୍କ ସହିତ ମିଶି ହନୁମାନ ଚାଲିଶା ଗାଇ ‘ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ’ରେ ନିଜ ନାଁ ସାମିଲ କରିଛନ୍ତି।

ସାହାରୁଖ ଖାନ୍‌

ବଲିଉଡର ବାଦଶାହା କୁହାଯାଉଥିବା ସାହାରୁଖ ଖାନ୍‌ ୨୦୧୩ରେ ବଲିଉଡରେ ସବୁଠୁ ଅଧିକ ଆୟ କରିଥିବା ଅଭିନେତା ହୋଇ ଏହି ରେକର୍ଡରେ ନିଜ ନାଁକୁ ସାମିଲ କରିଥିଲେ। ୨୦୧୩ରେ ସାହାରୁଖଙ୍କ ଆୟ ଥିଲା ୨୨୦.୫ କୋଟି

ସୋନାକ୍ଷି ସିହ୍ନା

ସୋନାକ୍ଷି ଏହି ରେକର୍ଡ ୨୦୧୬ରେ କରିଥିଲେ। ସେ ଏକ ଇଭେଣ୍ଟରେ ଯୋଗ ଦେବାକୁ ଯାଇ ସେଠାରେ ଅନେକ ମହିଳାଙ୍କ ସହିତ ମିଶି ନଖରେ ଆର୍ଟ କରିଥିଲେ ଯାହା ସବୁଠୁ ଅଧିକ ଥିଲା।

କ୍ୟାଟ୍ରିନା କୈଫ

କ୍ୟାଟ୍ରିନା ୨୦୧୩ରେ ବଲିଉଡରେ ସବୁଠୁ ଅଧିକ ଆୟ କରିଥିବା ଅଭିନେତ୍ରୀ ହୋଇ ‘ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍ଡ ରେକର୍ଡ’ରେ ନିଜ ନାଁକୁ ସାମିଲ କରିଥିଲେ।

ଅଭିଷେକ ବଚ୍ଚନ

ଆପଣ ମାନେ ଜାଣିଛନ୍ତି ଏହି ଲିଷ୍ଟରେ ଅଭିଷେକ ବଚ୍ଚନଙ୍କ ନାଁ ବି ଅଛି। ଅଭିଷେକ ନିଜ ଫିଲ୍ମ ‘ଦିଲ୍ଲୀ ୬’ର ପ୍ରମୋଶନ ବେଳେ ଲଗାତାର ୧୨ଘଣ୍ଟା ପ୍ରମୋଶନ କରି ସବୁଠୁ ଅଧିକ ଲୋକ ଭଲପାଉଥିବା ଲିଷ୍ଟରେ ନିଜ ନାଁକୁ ସାମିଲ କରିପାରିଥିଲେ।

ଅଶୋକ କୁମାର

ଅଶୋକ କୁମାର ଲଗାତାର ଅନେକ ବର୍ଷ ପର୍ଯ୍ୟନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଲିଷ୍ଟରେ ରହି ନିଜ ନାଁକୁ ‘ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍ଡ ରେକର୍ଡ’ରେ ସାମିଲ କରିପାରିଥିଲେ।

ଆଶା ଭୋଁସଲେ

ଆଶା ୨୦୧୧ ଅକ୍ଟୋବରରେ ଭାରତୀୟ ଭାଷରେ ୧୧ହଜାର ଗୀତରେ ଷ୍ଟୁଡ଼ିଓ ରେକଡିଂ କରି ‘ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍ଡ ରେକର୍ଡ’ରେ ନିଜ ନାଁ ସାମିଲ କରିପାରିଥିଲେ।

କୁମାର ସାନୁ

କୁମାର ସାନୁ ୧୯୯୩ରେ ଗୋଟିଏ ଦିନରେ ୧୨ଟି ଗୀତ ରେକଡ଼ିଂ କରି ଏହି ଲିଷ୍ଟରେ ନିଜ ନାଁକୁ ସାମିଲ କରାଇଛନ୍ତି।

LEAVE A REPLY

Please enter your comment!
Please enter your name here