ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜର୍ମାନୀରେ ରହୁଥିବା ଜଣେ ୮୩ ବର୍ଷିୟ ବ୍ୟକ୍ତି ନିଜ ପତ୍ନୀଙ୍କୁ ୫୫ ହଜାର ଡିଜାଇନର ଗିଫ୍ଟ ଦେଇ ସାରିଛନ୍ତି। ଏହି ବ୍ୟକ୍ତିଙ୍କର ନାମ ହେଉଛି ବ୍ରାକମ୍ୟାନ। ଏହି କଥାର ଖୁଲାସା ବ୍ରାକମ୍ୟାନ କରିଛନ୍ତି। ତାଙ୍କ କହିବା କଥା ଯେ ସେ ଚାହୁଁନଥିଲେ ଯେ ତାଙ୍କ ପତ୍ନୀ ମାର୍ଗୋଟ ଗୋଟିଏ ଡ୍ରେସରେ ପୁର୍ନବାର ଦେଖାଯାନ୍ତୁ।

ବ୍ରୋକମ୍ୟାନଙ୍କ କହିବା ଅନୁସାରେ  ପ୍ରଥମ ଥର ମାର୍ଗୋଟଙ୍କୁ ସେ ଡ୍ୟାନ୍ସ ହଲରେ ଦେଖିଥିଲେ। ଏହାପରେ ଦୁହେଁ ବିବାହ କରିନେଇଥିଲେ। ସେହି ଦିନ ଠାରୁ ସେ ମାର୍ଗୋଟଙ୍କୁ ଡିଜାଇନ ଡ୍ରେସ ଗିଫ୍ଟ କରି ଆସୁଥିଲେ। ୨୦୧୪ ମସିହାରେ ସେ ଡ୍ରେସ କିଣିବା ବନ୍ଦ କରିଦେଲେ। ତାଙ୍କର ଏହି ନିଶା ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି।

ବ୍ରୋକମ୍ୟାନ ଓ ମାର୍ଗୋଟଙ୍କ ବିବାହକୁ ୬୧ ବର୍ଷ ହୋଇଗଲାଣି। ବ୍ରୋକମ୍ୟାନ ଏକ ଭିଡିଓରେ କହିଲେ ଯେ,‘ ପ୍ରଥମ ଦେଖାରେ ଆମେ ପୂରା ରାତି ଡ୍ୟାନ୍ସ କଲୁ, ଏବଂ ସେହି ରାତିରେ ଆମ ଭିତରେ ପ୍ରେମ ହୋଇଯାଇଥିଲା।’

ବ୍ରୋକମ୍ୟାନଙ୍କର ଡ୍ରେସ କଲେକସନ ବହୁତ ଅଧିକ ଥିଲା। ସେ ଥରେ ଆମେରିକାନ ଡିପାର୍ଟମେଣ୍ଟ ଷ୍ଟୋରରୁ ଡିଲ୍ ବି କରିଥିଲେ। ତାଙ୍କ କହିବା କଥା ଯେ ଯେତେବେଳେ ଷ୍ଟାଇଲ ବଦଳୁଥିଲା, ତେବେ ସେ ମୋତେ ଫୋନ କରୁଥିଲେ ଏବଂ ଉଚିତ ମୂଲ୍ୟରେ ବିକୁଥିଲେ।

ସେ ଡ୍ରେସ କିଣିବା ଏଥିପାଇଁ ବନ୍ଦ କଲେ କାରଣ ତାଙ୍କ ପାଖରେ ଡ୍ରେସ ରଖିବା ପାଇଁ ଜାଗା ନଥିଲା। ଦମ୍ପତି ଏବେ ପର୍ଯ୍ୟନ୍ତ ୭ ହଜାର ଡ୍ରେସ ବିକି ଦେଇଛନ୍ତି ଏବଂ ଆଗାମୀ ବର୍ଷରେ ମଧ୍ୟ ବାକି ୪୮ ହଜାର ଡ୍ରେସ ମଧ୍ୟ ବିକିବେ।

Comment