ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାତ୍ର ଗୋଟିଏ ଘଣ୍ଟା ସମୟ ଭିତରେ ପ୍ରସ୍ତୁତ ହେଲା ୪୬ ପ୍ରକାର ବ୍ୟଞ୍ଜନ। ଖୁବ୍‌ କମ୍‌ ସମୟ ଭିତରେ ଏଭଳି ରୋଷେଇ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଚେନ୍ନାଇର ୧୦ ବର୍ଷର ଝିଅ ଏସ୍‌ଏନ୍‌ ଲକ୍ଷ୍ମୀ ସାଇ। ଏହି ଦକ୍ଷତା ପାଇଁ ଏବେ ୟୁନିକୋ ବୁକ ଅଫ ୱାର୍ଲ୍ଡ ରେକର୍ଡ୍ସରେ ଲକ୍ଷ୍ମୀଙ୍କ ନାଁ ସାମିଲ ହୋଇଛି।

ଚେନ୍ନାଇରେ ଗତ ମଙ୍ଗଳବାର ୧୦ ବର୍ଷ ବୟସ ବର୍ଗର ପିଲାଙ୍କୁ ନେଇ ଏକ ରୋଷେଇ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସବୁଠୁ କମ୍‌ ସମୟ ମଧ୍ୟରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ସଫଳତା ହାସଲ କରି ରେକର୍ଡ କରିଛନ୍ତି ଲକ୍ଷ୍ମୀ।

ଏହି ସଫଳତା ପାଇଁ ସେ ତାଙ୍କ ମାଆଙ୍କୁ ଶ୍ରେୟ ଦେଇଛନ୍ତି। କାରଣ ତାଙ୍କ ମାଆ ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ଶିଖାଇଛନ୍ତି। ଏହି ସଫଳତା ପାଇଁ ସେ ବହୁତ ଖୁସି ଅଛନ୍ତି ଏବଂ ନିଜକୁ ଗର୍ବ ମନେ କରୁଛନ୍ତି ବୋଲି ଲକ୍ଷ୍ମୀ କହିଛନ୍ତି।

କରୋନା ମହମାରୀ ସମୟରେ ସ୍କୁଲ ବନ୍ଦ ଥିବାରୁ ଲକ୍ଷ୍ମୀ ତାଙ୍କ ମା’ଙ୍କ ସହିତ ଅଧିକ ସମୟ ବିତାଉଥିଲେ। ମା’ଙ୍କଠାରୁ ବିଭିନ୍ନ ପ୍ରକାର ରୋଷେଇ ଶିଖୁଥିଲେ। ଲକ୍ଷ୍ମୀଙ୍କ ପୂର୍ବରୁ କେରଳର ଜଣେ ୧୦ବର୍ଷୀୟ ଝିଅ ସାନଭିଙ୍କ ନାମରେ ଏହି ରେକର୍ଡ ଥିଲା। ସେ ଏକ ଘଣ୍ଟାରେରେ ୩୦ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ।

Comment