ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୋଗୁଁ ବିଶ୍ଵର ଅନେକ ସ୍ଥାନକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କିଛି ଲୋକଙ୍କୁ ଘରେ ରହିବାକୁ ପସନ୍ଦ ନଥିଲେ ମଧ୍ୟ ସେମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଘରେ ରହି କିଛି ଲୋକ ନୂଆ ଜିନିଷ ମଧ୍ୟ ଶିଖୁଛନ୍ତି, ନୂଆ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ତେବେ ଏହି ଲକ୍‌ଡାଉନରେ ଜଣେ ବ୍ୟକ୍ତି ବିଶ୍ଵ ରେକର୍ଡ କରି ଗିନିଜ ବୁକ୍‌ରେ ନିଜକୁ ସାମିଲ କରିଛନ୍ତି।

ବ୍ୟକ୍ତି ଜଣକ ହେଉଛନ୍ତି ଗ୍ରେଗ ଓ୍ଵିଟଷ୍ଟକ। ଗ୍ରେଗ ଆମେରିକାର ବାସିନ୍ଦା। ଏହି ଲକ୍‌ଡାଉନ୍‌ ସମୟରେ ନିଜ ଦକ୍ଷତା ଦେଖାଇ ରେକର୍ଡ ସୃଷ୍ଟି କରିଛନ୍ତି। ପାଣି ଭିତରେ ୫୦ କିଲୋଗ୍ରାମ ଓଜନରେ ବେଞ୍ଚ ପ୍ରେସ କରି ଏହି ରେକର୍ଡ ସୃଷ୍ଟି କରିଛନ୍ତି।

ଗ୍ରେଗ କହିଛନ୍ତି ଯେ ପାଣି ଭିତରେ ୬୨ଥର ବେଞ୍ଚ ପ୍ରେସ କରିବା ଅତି ଭୟାନକ ଥିଲା। ସେ ଏହି ଦକ୍ଷତା ଦେଖାଇବା ବେଳେ ତାଙ୍କ ଭିଡିଓ ମଧ୍ୟ କରାଯାଇଥିଲା। ଏହି ଭିଡିଓକୁ ଗିନିଜ ବୁକ୍‌ ଅଫ ରେକର୍ଡ ତା ଫେସବୁକ୍‌ ପେଜରେ ଶେୟାର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ୮ ହଜାରରୁ ଅଦିକ ଲୋକ ଲାଇକ କରିଛନ୍ତି।

ଗ୍ରେଗଙ୍କ ପାଇଁ ଏହା ନୁହେଁ। ଗତବର୍ଷ ମଧ୍ୟ ସେ ପାଣି ଭିତରେ ୪୨ଥର ବେଞ୍ଚ ପ୍ରେସ କରି ବିଶ୍ଵ ରେକର୍ଡ କରିଥିଲେ। ଏଥର ମଧ୍ୟ ସେ ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି।

Comment