ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ସମୟରେ ଲୋକମାନଙ୍କର ଏକ ପ୍ରକାର ନିଶା ପାଲଟି ଯାଇଛି ସ୍ମାର୍ଟ ଫୋନ୍‌। ଦୁନିଆର ପାଖାପାଖି ୩.୪ ଆରବ ଲୋକ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି। ମୋବାଇଲ୍‌ ଫୋନ୍‌ର ଅଧିକ ବ୍ୟବହାର ବେକ ବିନ୍ଧାର କାରଣ ହୋଇପାରେ। ସ୍ମାର୍ଟ ଫୋନ୍‌ କାରଣରୁ ବିଭିନ୍ନ ଅସୁବିଧା ହେଉଥିଲେ ମଧ୍ୟ ଲୋକମାନେ ସଚେତନ ହେଉ ନାହାନ୍ତି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେଉଁମାନେ ସ୍କାର୍ଟ ଫୋନ୍‌ ଅଧିକ ସମୟ ପାଇଁ ବ୍ୟବହାର କରୁଛନ୍ତି, ସେମାନଙ୍କର କାନ୍ଧ, ପଛ ବେକରେ ଅସହ୍ୟ ବିନ୍ଧା ହେଉଛି। ଏହାସହ କାନ ଗରମ ମଧ୍ୟ ହେଉଛି। ତେବେ ଯେଉଁମାନେ କମ୍ପ୍ୟୁଟରର ବ୍ୟବହାର କରିଥାନ୍ତି ତାଙ୍କ କ୍ଷେତ୍ରରେ ମଧ୍ୟ ବେକ ବିନ୍ଧାର ସମସ୍ୟା ଦେଖାଦିଏ। ଅଧିକ ସମୟ ପର୍ଯ୍ୟନ୍ତ ମୁଣ୍ଡ ନୁଆଁଇ ବ୍ୟବହାର କରୁଥିବାରୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ସ୍ମାର୍ଟଫୋନ୍‌ ବ୍ୟବହାର ସମୟରେ ଆଙ୍ଗୁଠିର ଅଧିକ ବ୍ୟବହାର ହୋଇଥାଏ। ସେଥିପାଇଁ ଅଙ୍ଗୁଳି ମଧ୍ୟ ବିନ୍ଧା କରିଥାଏ। ସ୍ମାର୍ଟ ଫୋନ୍‌ ବ୍ୟବହାର ଦ୍ୱାରା ଆଖି ଉପରେ ଏହାର ପ୍ରଭାବ ଅଧିକ।

ବିଶେଷଜ୍ଞଙ୍କ ମତରେ ଦିନକୁ ୧୫ରୁ ୨୫ ମିନିଟ ଇଣ୍ଟରନେଟ ବ୍ୟବହାର କରନ୍ତୁ। ୨୦ ମିନିଟ କଥାବାର୍ତ୍ତା ହେବା ସ୍ୱାସ୍ଥ୍ୟ ପାଇଁ ହୀତକର। ସ୍ମାର୍ଟ ଫୋନ୍‌ କାରଣରୁ ନିଦ୍ରାହୀନତା ରୋଗ, ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ।

Comment