ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋବାଇଲ କମ୍ପାନି ସାଓମିର ସବୁଠାରୁ ବଡ଼ ବ୍ରାଣ୍ଡ ରେଡ୍‌ମି ତା’ର ‘ରେଡ୍‌ମି ଗୋ’ ସ୍ମାର୍ଟଫୋନ ଲଞ୍ଚ କରିଛି। ରେଡ୍‌ମି ଗୋ’ ସ୍ମାର୍ଟଫୋନରେ ଗ୍ରାହକ ଏଣ୍ଡ୍ରୋଏଡ ଗୋ ଅପରେଟିଂ ସିଷ୍ଟମକୁ ବ୍ୟବହାର କରିପାରିବେ। ବର୍ତ୍ତମାନ ଏହି ସ୍ମାର୍ଟଫୋନକୁ ୟୁରୋପ୍‌ରେ ଲଞ୍ଚ କରାଯାଇଛି। ଭାରତ ଓ ଅନ୍ୟ ଦେଶରେ ଏହା କେବେ ଲଞ୍ଚ ହେବ, ସେ ନେଇ କୌଣସି ତାରିଖ ଧାର୍ଯ୍ୟ କରାଯାଇନାହିଁ। ଭାରତୀୟ ମୁଦ୍ରା ଅନୁସାରେ ଏହି ସ୍ମାର୍ଟଫୋନର ମୁଲ୍ୟ ୬,୫୦୦ଟଙ୍କା।

ରେଡ୍‌ମି ଗୋ ସ୍ମାର୍ଟଫୋନରେ ଗ୍ରାହକ ୫ ଇଞ୍ଚର ଏଚ୍‌ଡି ଡିସ୍‌ପ୍ଲେ ପାଇପାରିବେ। ଏହା ବ୍ୟତୀତ ଫୋନରେ କ୍ୱାଲ୍‌କମ୍‌ର ସ୍ନାପଡ୍ରାଗନ ୪୨୫ ପ୍ରୋସେସର ରହିଛି। ଏହି ଫୋନରେ ୩୦୦୦ ଏମ୍‌ଏଚ୍‌ଏର ବ୍ୟାଟେରୀ ରହିଛି। ରେଡ୍‌ମି ଗୋ ସ୍ମାର୍ଟଫୋନରେ ୮ମେଗା ପିକ୍ସେଲର ରିୟର କ୍ୟାମେରା ଥିବା ବେଳେ ୫ ମେଗା ପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଉଭୟ କଳା ଓ ନୀଳ ରଙ୍ଗରେ ଏହି ସ୍ମାର୍ଟଫୋନ ଲଞ୍ଚ ହୋଇଛି।

ରେଡ୍‌ମି ଗୋ ସ୍ମାର୍ଟଫୋନରେ ୧ଜିବିର ରାମ୍‌ ଥିବା ବେଳେ ୮ ଜିବିର ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ଦ୍ୱାରା ବଢ଼ାଯାଇପାରିବ। ଏହା ବ୍ୟତୀତ ଫୋନ୍‌ରେ ଡୁଅଲ୍‌ ସିମ୍‌, ମାଇକ୍ରୋ ୟୁଏସ୍‌ବି ପୋର୍ଟ, ୱାଇଫାଏ, ବ୍ଲୁ-ଟୁଥ୍‌ ୪.୨ ଏବଂ ୪ଜି ଏଲ୍‌ଟିଇର ସପୋର୍ଟ ମିଳିବ। ଆସନ୍ତା ଫେବ୍ରୁଆରି ମାସଠାରୁ ୟୁରୋପ୍‌ରେ ଏହି ଫୋନ୍‌ର ବିକ୍ରି ଆରମ୍ଭ ହେବ। ୟୁରୋପ୍‌ ମୁଦ୍ରା ଅନୁସାରେ ଏହି ସ୍ମାର୍ଟଫୋନର ମୁଲ୍ୟ ୬୦ ୟୁରୋ ରହିଛି।

Comment