ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଜମି ଅଧିଗ୍ରହଣରେ ବିଳମ୍ବ ଓ ପରିବେଶ ମଞ୍ଜୁରି ବିଭାଗର ପ୍ରଦାନ କରିବାରେ ବିଳମ୍ବ ହେତୁ ପ୍ରକଳ୍ପରେ ବାଧା ସୃଷ୍ଟି ହେଉଛି। ଶିଳ୍ପ ହେଲେ ବେରାଜଗାରୀ କମିବ, ଅଧିକ ପିଲା ନିଯୁକ୍ତି ପାଇବେ। ରାଜ୍ୟ ସରକାର ସହଯୋଗ କଲେ ଅଧିକ ପ୍ରକଳ୍ପ ହୋଇପାରିବ।”,  କାମାକ୍ଷାନଗରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି ଓଡିଶା ଗୋଟିଏ ଖଣିଜ ସମ୍ପଦରେ ଭରପୂର ଥିବା ରାଜ୍ୟ। ଯଦି ଏହି ଖଣିଜ ସମ୍ପଦର ବିନିଯୋଗ  କରି ଓଡ଼ିଶାର ଉଦ୍ୟୋଗର ବିକାଶ କରିବାକୁ ଚାହୁଁଛନ୍ତି ତେବେ ୪ଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ପଡିବ। ପାଣି, ଶକ୍ତି,  ପରିବହନ, ଏହଂ ଯୋଗାଯୋଗର ଗୁରୁତ୍ୱ ଦେବାକୁ ପଡିବ ।

କାମାକ୍ଷାନଗରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭଉଦ୍‌ଘାଟନ କରିଛନ୍ତି ଗଡ଼କରୀ। ସେଠାରେ ୨ ହଜାର ୩୩୫ କୋଟି ମୂଲ୍ୟର ୩ଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମିପୂଜା କରିଛନ୍ତି।

Comment