ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେକର୍ଡ ନିଶାରେ ଲୋକେ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ଏମିତିକି ଅସହ୍ୟ କଷ୍ଟ ସହିବାକୁ ପଛାନ୍ତି ନାହିଁ।

ଠିକ୍‌ ଯେମିତି ଚାଇନାର ୱି ସେଙ୍ଗଚୁ ରେକର୍ଡ ପାଇଁ ସହିଛନ୍ତି ଅନେକ କଷ୍ଟ। ସାଧାରଣତଃ ଗୋଡ଼ରେ କଣ୍ଟାଟିଏ ପଶିଲେ କେତେ କଷ୍ଟ ହୁଏ ସମସ୍ତେ ଜାଣିଥିବେ। କିନ୍ତୁ ସେଙ୍ଗଚୁ ରେକର୍ଡ ପାଇଁ ନିଜର ମୁହଁ ଓ ମୁଣ୍ଡରେ ଫୋଡିଛନ୍ତି।

ତାହାପୁଣି ଗୋଟିଏ କି ଦୁଇଟି ନୁହେଁ, ପୂରା ୨୦୦୯ଟି ପିନ୍‌ ମୁହଁ ଓ ମୁଣ୍ଡରେ ସେ ଫୋଡ଼ିଥିଲେ। ଆଉ ସେ ଦେଖାଯାଉଥିଲେ ବେଶ୍‌ ଅଜବ।

ଇଟାଲିର ମିଲନ୍‌ରେ ହେଉଥିବା ‘ଲୋ ଶୋ ଡେଇ ରେକର୍ଡ’ କାର୍ଯ୍ୟକ୍ରମରେ ସେ ଏହି କାରନାମା କରିଥିଲେ। ଆଉ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି।

Comment