ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃତୀୟ ଥର ପାଇଁ ମନି ଲଣ୍ଡ୍ରିଂ କେସ୍‌ରେ ରବର୍ଟ ଭଦ୍ରା ଶନିବାର ଇଡିରେ ହାଜର ହୋଇଛନ୍ତି। ପୂର୍ବ ପଚରାଉଚରାରେ ରବର୍ଟଙ୍କ ଉତ୍ତରରେ ଇଡି ସନ୍ତୁଷ୍ଟ ହୋଇନଥିବାରୁ ଶନିବାର ପୁଣି ରବର୍ଟଙ୍କୁ ଇଡିରେ ହାଜର ହେବାକୁ ପଡ଼ିଛି।

ପୂର୍ବ ପଚରାଉଚରାରେ ରବର୍ଟ ଲଣ୍ଡନରେ ତାଙ୍କର କୌଣସି ସମ୍ପତ୍ତି ନଥିବା କହିଥିଲେ। ହେଲେ ପ୍ରବର୍ତ୍ତନ ଏଜେନ୍ସିର ଅଭିଯୋଗ ଯେ, ଲଣ୍ଡନରେ ରବର୍ଟ ବେଆଇନ ଭାବେ ସମ୍ପତ୍ତି କିଣିବା ପାଇଁ ମନି ଲଣ୍ଡ୍ରିଂ କରିଛନ୍ତି।

ଏହି ମାମଲାରେ ପୂର୍ବରୁ ରବର୍ଟଙ୍କୁ ଇଡି ଦୁଇ ଥର ପଚରାଉଚରା କରିଛି। ଏହି ଜେରାରେ ରବର୍ଟ ଇଡିକୁ ସନ୍ତୁଷ୍ଟଜନକ ଉତ୍ତର ଦେଇନାହାନ୍ତି।

ତେବେ ଗତ ବୁଧବାର ରବର୍ଟ ଭଦ୍ରା ପାଖାପାଖି ୩.୪୫ରେ ଇଡି ଅଫିସରେ ପହଞ୍ଚିଥିଲେ। ଭଦ୍ରାଙ୍କ ସହ ଗାଡ଼ିରେ ପତ୍ନୀ ପ୍ରିୟଙ୍କା ମଧ୍ୟ ଆସିଥିଲେ ମାତ୍ର ସେ କିଛି ସମୟ ପରେ ଚାଲିଯାଇଥିଲେ।

ଏହାପରେ ଗୁରୁବାର ପ୍ରାୟ ୧୦ ଘଣ୍ଟା ଧରି ଇଡି ରବର୍ଟ ଭଦ୍ରାଙ୍କୁ ମନ ଲଣ୍ଡରିଂ ମାମଲାରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ, ମାତ୍ର ରବର୍ଟ ଲଣ୍ଡନରେ ତାଙ୍କର ସମ୍ପତ୍ତି ନଥିବା କହିଥିଲେ।

Comment