ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ଶ୍ରୀପଞ୍ଚମୀ ବା ସରସ୍ୱତୀ ପୂଜା। ବର୍ଷକର ଅପେକ୍ଷା ପରେ ଏହି ପବିତ୍ର ଦିନରେ ପୁଣିଥରେ ମା’ ଓ ଭକ୍ତଙ୍କ ମିଳନ ହେବ। ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କୁ ବଦ୍ୟାର୍ଥୀ ବହୁ ଧୁମ୍‌ଧାମରେ ପୂଜା ଅର୍ଚ୍ଚନା କରିଥାନ୍ତି।

ଖାସକରି ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି  ପବିତ୍ର ଦିନଟିକୁ ବିଶେଷ ଭାବେ ପାଳନ କରାଯାଇଥାଏ। ବଦ୍ୟାର୍ଥୀମାନେ ପୂଜା ମଣ୍ଡପକୁ ଅତି ମନୋରମ କରି ସାଜସଜ୍ଜା କରିଥାନ୍ତି ଓ ମା’ଙ୍କୁ ଆରାଧନା କରିଥାନ୍ତି।

ମା’ଙ୍କ ପୂଜା ଅର୍ଚ୍ଚନା ଓ ପଷ୍ପାଞ୍ଜଳି ସରିବା ପର୍ଯ୍ୟନ୍ତ ବିଦ୍ୟାର୍ଥୀ ଉପବାସ ରହିଥାନ୍ତି। ଏହି ଦିନ ମା’ ଶୁକ୍ଳ ବସ୍ତ୍ର ପରିଧାନ କରି ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ହସ୍ତରେ ବୀଣା ଓ ପୁସ୍ତକ ଧରି ପଦ୍ମାସନରେ ଶ୍ୱେତ ପଦ୍ମ ଉପରେ ବିରାଜମାନ ହୋଇଥାନ୍ତି।

ମା’ଙ୍କ ଆର୍ଶୀବାଦ ପ୍ରାପ୍ତି ନିମିତ୍ତ ବିଦ୍ୟାର୍ଥୀ ପୁସ୍ତକ ଓ କଲମ ମା’ଙ୍କ ନିକଟରେ ରଖି ପୂଜା କରିଥାନ୍ତି। ମାତା ସରସ୍ୱତୀ ହାତରେ ବୀଣା ଧରିଥିବାରୁ ତାଙ୍କର ଅନ୍ୟନାମରେ ବୀଣାପାଣି ବୋଲି ମଧ୍ୟ  କୁହାଯାଇଥାଏ। ଏହି ପବିତ୍ର ଉତ୍ସବରେ ଘରେ ଘରେ ବିରାଜମାନ ହୋଇଛନ୍ତି।

 

Comment