ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱାର୍ଲ୍ଡକପ୍‌ ପୂର୍ବରୁ ହେବାକୁ ଥିବା ଶେଷ ୱାନଡେ ଓ ଟି-୨୦ ସିରିଜ୍‌ ଲାଗି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଏହି ସିରିଜ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଫେବ୍ରୁଆରି ୨୪ରୁ ଆରମ୍ଭ ହେବ। ବିସିସିଆଇ ଆଶ୍ଚର୍ଯ୍ୟ କଲା ପରି ନିଷ୍ପତ୍ତି ନେଇଛି।

କମିଟି ଏହି ସିରିଜ୍‌ ଲାଗି ଦିନେଶ କାର୍ତ୍ତିକ ଓ ଖଲିଲ୍‌ ଅହମ୍ମଦଙ୍କୁ ୱାନଡେରୁ ବାଦ୍‌ ଦେଇଛନ୍ତି। ସେମାନଙ୍କ ସ୍ଥାନରେ କେ ଏଲ ରାହୁଲଙ୍କୁ ଚୟନ କରାଯାଇଛି।

ବିସିସିଆଇ କିଛି ସମୟ ପୂର୍ବରୁ ଟୁଇଟ କରି ସିରିଜ୍‌ ପାଇଁ ତିନିଟି ଟିମ୍‌ ଲାଗି ଖେଳାଳିଙ୍କ ନାଁ ଘୋଷଣା କରିଛି।

ପ୍ରଥମ ଟିମ୍‌ ଦୁଇ ଟିକିଆ ମ୍ୟାଚ୍‌ ଟି-୨୦ ସିରିଜ୍‌ ଲାଗି ଅଟେ। ଏହାପରେ ୱାନଡେ ମ୍ୟାଚ୍‌ ଖେଳାଯିବ। ୱାନଡେ ସିରିଜ୍‌ ଲାଗି ଦୁଇଟି ଟିମ୍‌ ଅଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ ଲାଗି ଗୋଟିଏ ଟିମ୍‌ ବାକି ତିନୋଟି ମ୍ୟାଚ୍‌ ଲାଗି ଦ୍ୱିତୀୟ ଟିମ୍‌ ଅଛନ୍ତି।

ଅଧିନାୟକ କୋହଲି ଟେଷ୍ଟ ମ୍ୟାଚ୍‌ରେ ବିଶ୍ରାମ ପରେ ଟିମ୍‌କୁ ଫେରିଛନ୍ତି। ସେ ତିନୋଟି ଟିମ୍‌ ସହ ଖେଳିବେ।

ଭୁବନେଶ୍ୱର କୁମାର ଟି-୨୦ ଟିମ୍‌ରେ ଖେିଳିବେ ନାହିଁ ମାତ୍ର ୱାନଡେ ସିରିଜ୍‌ ଖେଳିବେ। ସେହିପରି ସିଦ୍ଧାର୍ଥ କୌଲ ୱାନଡେ ସିରିଜ୍‌ରରେ ସ୍ଥାନ ମିଳିଛି।

ଟି-୨୦ରେ ଲେଗ୍‌ ସ୍ପିନର ମୟଙ୍କଙ୍କୁ ସ୍ଥାନ ମିଳିଛି। ସେ କୁଲଦୀପ ଯାଦବଙ୍କ ସ୍ଥାନରେ ଟିମ୍‌ରେ ସ୍ଥାନ ପାଇଛନ୍ତି।

ଜସପ୍ରିତ ବୁମରା ଟିମ୍‌କୁ ବ୍ୟାକ୍‌ କରିଛନ୍ତି। ସେ ଉଭୟ ୱାନଡେ ଓ ଟି-୨୦ ସିରିଜ୍‌ରେ ସ୍ଥାନ ପାଇଛନ୍ତି। ଉମେଶ ଯାଦବଙ୍କୁ ଟି-୨୦ ଟିମ୍‌ରେ ସ୍ଥାନ ମିଳିଛି। କୃଣାଲ ପାଣ୍ଡ୍ୟାଙ୍କୁ ବି ଟି-୨୦ରେ ସ୍ଥାନ ମିଳିଛି।

ଭାରତୀୟ ଟି-୨୦ ଟିମ୍‌:

ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧୱନ, ଋିଷଭ ପନ୍ତ, ଦିନେଶ କାର୍ତ୍ତିକ, ଏମଏସ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ବିଜୟ ଶଙ୍କର, ଯୁଜୁବେନ୍ଦ୍ର ଚହଲ, ଜସପ୍ରିତ୍‌ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ, ମୟଙ୍କ ମାର୍କଣ୍ଡେ

Comment