ଓଡ଼ିଶାଲାଇଭ୍ ବ୍ୟୁରୋ

ଘର କରିବା ସମସ୍ତଙ୍କ ମନରେ ଏକ ସ୍ୱପ୍ନ ଥାଏ। ଏପରିକି ଘର ଖଣ୍ଡେ କରିବା ପାଇଁ ଜୀବନର ପୂରା ସମୟ ବି ଅତିବାହିତ ହୋଇଯାଏ। କିନ୍ତୁ ବିଶ୍ୱରେ ଏଭଳି ସ୍ଥାନ ଅଛି ଯେଉଁଠି ସ୍ୱପ୍ନ ହାତମୁଠାରେ ଥାଏ ଯାହାକୁ ପୂରଣ କରିହୁଏ। ଏହା ବିଶ୍ୱାସ ହେଉନଥିଲେ ବି ବାସ୍ତବରେ ଏହା ସତ୍ୟ। ଇଟାଲୀରେ ମାତ୍ର ୭୦ ଟଙ୍କାରେ ଘର ମିଳୁଛି।

ଇଟାଲୀର ସମ୍ବୁକା ସହର ଯାହା ପାହାଡ଼ ଚଟାଣରେ ଉପରେ ଅବସ୍ଥିତ। ଗତ କିଛି ବର୍ଷ ମଧ୍ୟରେ ଏହି ସହର ଛାଡ଼ି ଲୋକେ ବଡ଼ ସହରକୁ ପଳାଉଛନ୍ତି। ସହରଟି ଜନଶୂନ୍ୟରୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଏଭଳି ସ୍କିମ ଆଣିବାକୁ ବାଧ୍ୟ ହୋଇଛି। ୭୦ ଟଙ୍କାରେ ଘର ମିଳୁଥିବା ସ୍କିମରେ କିଛି ସର୍ତ୍ତ ରହିଛି। ଯେଉଁ ମାଲିକ ଘର କିଣିବାକୁ ଚାହିଁବେ ତାହା ପୂର୍ବରୁ ପାଖାପାଖି ୪ ଲକ୍ଷ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ କରିବେ। ଘର କିଣିବାରେ ୩ ବର୍ଷ ଭିତରେ ପଞ୍ଜିକରଣ କରିବାକୁ ପଡ଼ିବ। ଏହାପରେ ଦାଖଲ ହୋଇଥିବା ଟଙ୍କାକୁ ଗ୍ରାହକ ଫେରିପାଇବେ।

ବିର୍ତ୍ତମାନ ଏହି ସହରର ଜନସଂଖ୍ୟା ୧୩୦୦ ରହିଛି। ଏହା ବିଶ୍ୱର ସବୁଠୁ ଛୋଟ ସହର ମଧ୍ୟରୁ ଅନ୍ୟତମ। ୫୦ ବର୍ଷ ପୂର୍ବେ ସହରର ଜନସଂଖ୍ୟା ୨,୨୫୦ ଥିଲା। ଅର୍ଥାତ ସମୟ ତୁଳନାରେ ଏଠାରେ ଲୋକସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

Comment