ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କବଳରୁ ବଞ୍ଚିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଉଛି। ଏହାସହ ବିଦେଶରୁ ଫରିଥିବା ଲୋକଙ୍କୁ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରଖାଯାଉଛି। ଆମେ ଏହି ହୋମ୍‌ କ୍ଵାରେଣ୍ଟାଇନ୍‌ ନାଁ ହୁଏତ ପ୍ରଥମ ଥର ଶୁଣୁଥିବୁ, ହେଲେ ଏହାର ଇତିହାସ ୭୦୦ ବର୍ଷ ପୁରୁଣା।

ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଇତିହାସ

‘କ୍ଵାରେଣ୍ଟିନ୍‌’ ଶବ୍ଦଟି ଇଟାଲୀୟ ଶବ୍ଦ ‘କ୍ଵାରେଣ୍ଟିନୋ’ରୁ ଆସିଛି, ଯାହାର ଅର୍ଥ ୪୦ ଦିନ। ଚତୁର୍ଦ୍ଦଶ ଶତାବ୍ଦୀରେ ୟୁରୋପରେ ବ୍ୟାପିଥିବା ମହାମାରୀ ପ୍ଲେଗରୁ ଭେନିସ ଭଳି ଉପକୂଳବର୍ତ୍ତୀ ସହରଗୁଡ଼ିକୁ ରକ୍ଷା କରିବା ପାଇଁ ସଂକ୍ରମିତ ବନ୍ଦରରୁ ସେଠାରେ ପହଞ୍ଚୁଥିବା ସମସ୍ତ ଜାହାଜକୁ ଲଙ୍ଗର ଲଗାଇ ୪୦ ଦିନ ସମୁଦ୍ରରେ ରଖାଯାଉଥିଲା। ଏହି କାର୍ଯ୍ୟକୁ ଧିରେ ଧିରେ କ୍ଵାରେଣ୍ଟିନ୍‌ କୁହାଗଲା।

୧୩୭୪ ମସିହାରେ ଭେନିସ ଏକ ନିର୍ଦ୍ଦେଶ ଦେଇଥିଲା ଯେ ଭେନିସର ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ପରିଷଦ ଜାହାଜ ଏବଂ ଏହାର ଯାତ୍ରୀମାନଙ୍କୁ ସହରକୁ ଆସିବାକୁ ଅନୁମତି ନଦେଲା ଯାଏଁ ସେମାନଙ୍କୁ ନିକଟସ୍ଥ ସାନ ଲାଜାରୋ ଦ୍ୱୀପରେ ରହିବାକୁ ପଡ଼ିବ।

୧୩୭୭ ମସିହାରେ ନୂଆ ନିୟମ

ଅନ୍ୟପକ୍ଷରେ, ଆଡ୍ରିଏଟିକ୍ ସାଗରର ରାଗୁଜା ଜେନେରାଲ୍ କାଉନସିଲ୍(ଡୁବ୍ରୋଭନିକ) ୧୩୭୭ ମସିହାରେ ମହାମାରୀ ବିସ୍ତାର ନହେବା ପାଇଁ ଏକ ନୂଆ ନିୟମ ପ୍ରଣୟନ କରିଥିଲେ। ଏହା ଅନୁଯାୟୀ ରାଗୁଜାକୁ ଆସୁଥିବା ପ୍ରତ୍ୟେକ ଜାହାଜ ଏବଂ ବଣିକ କନଭେନକୁ ୩୦ ଦିନ ବିଚ୍ଛିନ୍ନ ରହିବାକୁ ପଡୁଥିଲା। ଏହି ନିୟମ ଦର୍ଶାଇଛି ଯେ ସଂକ୍ରମିତ ଅଞ୍ଚଳରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଖ୍ୟ ସହରରେ ପ୍ରବେଶ କରିବା ପୂର୍ବରୁ ନିଜକୁ ସଂକ୍ରମଣରୁ ମୁକ୍ତ କରିବା ପାଇଁ ନିକଟତମ ସେବାଟ ଟାଉନ୍ କିମ୍ବା ମାର୍କାନ୍ ଦ୍ୱୀପରେ ୩୦ ଦିନ ବିତାଇବାକୁ ପଡ଼ିବ।

Comment