ଓଡ଼ିଶାଲାଇଭ୍‌ ବ୍ୟୁରୋ

ସହିଦ ମନୋଜଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ନିସଃର୍ତ୍ତ କ୍ଷମା ମାଗିଲେ ବିଧାୟକ ଦେବାଶିଷ ସାମନ୍ତରାୟ।

କ୍ଷମା ମାଗିଲେ ବିଧାୟକ ଦେବାଶିଷ ସାମନ୍ତରାୟ। ପୁଲୱାମା ଆକ୍ରମଣରେ ସହିଦ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିଥିବାରୁ ନିସଃର୍ତ୍ତ କ୍ଷମା ମାଗିଛନ୍ତି ଦେବାଶିଷ। ଏହି ଘଟଣାରେ କାହା ମନରେ ଆଘାତ ଲାଗିଥିଲେ କ୍ଷମା ମାଗୁଛି ବୋଲି ଦେବାଶିଷ କହିଛନ୍ତି।

“ଯାହା କିଛି ବି ସେଦିନ ଘଟିଛି, ଅଜାଣତରେ ଘଟିଛି। ସେଦିନ ମୁଁ ସେଠାରେ ସହିଦଙ୍କ ପରିବାରକୁ ସାନ୍ତ୍ୱନା ଦେବାକୁ ଯାଇଥିଲି। ତେବେ ସଂପୃକ୍ତ ବ୍ୟକ୍ତି ସହିଦଙ୍କ ସମ୍ପର୍କୀୟ ବୋଲି ଜାଣି ନଥିଲି। ଘଟଣାକୁ ନେଇ କାହା ମନରେ ଆଘାତ ଲାଗିଥିଲେ କ୍ଷମା ମାଗୁଛି”, ଦେବାଶିଷ କହିଛନ୍ତି।

ଏହି ଘଟଣାକୁ ନେଇ ରାଜନୀତି କରନ୍ତୁ ନାହିଁ ବୋଲି ଦେବାଶିଷ ଅନୁରୋଧ କରିଛନ୍ତି।

ପୁଲୱାମା ଆକ୍ରମଣରେ ସହିଦ ମନୋଜ ବେହେରାଙ୍କ ଅନ୍ତିମ କ୍ରିୟା ସମୟରେ ବିଧାୟକ ଦେବାଶିଷ ସାମନ୍ତରାୟ ଉପସ୍ଥିତ ଥିଲେ। ସେଠାରେ ସହିଦ ମନୋଜଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିଥିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ବିବାଦ ଜୋର ଧରିବାରୁ ମଙ୍ଗଳବାର ଦେବାଶିଷ ନଃସର୍ତ୍ତ କ୍ଷମା ମାଗିଛନ୍ତି।

Comment