ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁହଁ ଖୋଲିଲେ ସହିଦ ମନୋଜଙ୍କ ଦାଦା ଚୈତନ୍ୟ ବେହେରା।

ସହିଦ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାରେ ଟୁଇଷ୍ଟ ଆସିଛି। ବିଧାୟକ କୌଣସି ଦୁର୍ବ୍ୟବହାର ପ୍ରଦର୍ଶନ କରି ନଥିବା ସହିଦଙ୍କ ଦାଦା ଚୈତନ୍ୟ ବେହେରା କହିଛନ୍ତି।

“ଦେବାଶିଷ ବାବୁ ବହୁତ ଭଲ ଲୋକ। ସେ ମତେ କୌଣସି ଦୁର୍ବ୍ୟହାର ପ୍ରଦର୍ଶନ କରି ନାହାନ୍ତି। ଜୁଇ ପାଖରେ କୋକେଇ ବାନ୍ଧିବା ବେଳେ ଦେବାଶିଷ ବାବୁ କହିଥିଲେ ଯେ ମଉସା ଆମେ ଟିକେ ପୁଷ୍ପାଞ୍ଜଳି ଦେବୁ। ଏହି ସମୟରେ ଲୋକଙ୍କ ଭିଡ଼ ଲାଗିଥିଲା। ଭିଡ଼ ଭିତରେ ଠେଲା ପେଲା ହୋଇଥିଲା। ଆମେ ବାହାରକୁ ଚାଲି ଯାଉଥିଲୁ। କିନ୍ତୁ କୁଆଡ଼େ ନଯାଇ ଏଠାରେ ଜୁଇ ପାଖରେ ବସିବାକୁ ଦେବାଶିଷ ବାବୁ ମତେ କହିଥିଲେ”, କହିଛନ୍ତି ଚୈତନ୍ୟ ବେହେରା।

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ। ସେମାନଙ୍କ ଭିତରେ କଟକ ଜିଲ୍ଲା ନିଆଳି ରତନପୁର ଗାଁର ମନୋଜ ବେହେରା ଥିଲେ। ମନୋଜଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଚୈତନ୍ୟ ବେହେରାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା।

ଏହି ଭିଡିଓ ବିଭିନ୍ନ ଗଣମାଧ୍ୟମରେ ବାଜିବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପାକିସ୍ତାନର ଆଜାଦ ନ୍ୟୁଜରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ହେବା ପରେ ବିଧାୟକଙ୍କ ଇସ୍ତଫା ଦାବି ତେଜିଥିଲା।

Comment