ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମାଘ ସପ୍ତମୀ ପରଠାରୁ ପୂର୍ଣ୍ଣିମା ପୂର୍ବ ଦିନ ପର୍ଯ୍ୟନ୍ତ ସାନ୍ତାଳ ସମ୍ପ୍ରଦାୟ ପକ୍ଷରୁ ଗୁରୁ ପୂଜା ପାଳନ କରିବାର ଏକ ପରମ୍ପରା ରହି ଆସିଛି। ସେଥିପାଇଁ ଦଣ୍ଡାବୋଷ ଗ୍ରାମରେ ଥିବା ସାନ୍ତାଳି ଲିପିର ସ୍ରଷ୍ଟା ତଥା ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା।

ଏହି ଦିନରେ ସାନ୍ତାଳ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନୀତା ସମାଧିପୀଠରେ ପୂଜାର୍ଚ୍ଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଉପଲକ୍ଷେ ତାଙ୍କ ସମାଧିପୀଠ କାପିଡୁଙ୍ଗୁରୀରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥିଲା। ସ୍ଥାନୀୟ ଯୁବକସଂଘର କର୍ମକର୍ତ୍ତା ଏବଂ ଟାଟା କମ୍ପାନିର ସାମାଜିକ ବିକାଶ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।

ଏହି ଅବସରରେ ସେଠାରେ ସାସ୍କୃତିକ କାର୍ଯ୍ୟକ୍ରମ ସମେତ ସ୍ଵତନ୍ତ୍ର ଅନ୍ନଭୋଗର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏଥିରେ ଅଂଶଗ୍ରହଣ କରିବାକୁ ଓଡ଼ିଶା ସମେତ ପଡ଼ୋଶୀ ଝାଡ଼ଖଣ୍ଡ ବିହାର ଆସାମ ଛତିଶଗଡ଼ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ଆସି ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଶେଷରେ ଆଦିବାସୀ ପୁରୁଷ ଏବଂ ମହିଳାମାନଙ୍କ ପକ୍ଷରୁ ସ୍ଵତନ୍ତ୍ର ନୃତ୍ୟଗୀତର ବ୍ୟବସ୍ଥା ମଧ୍ୟ କରାଯାଇଥିଲା,ଯାହା ଦର୍ଶକମାନଂକୁ ବେଶ ଉପଭୋଗ୍ୟ କରାଇଥିଲା।

Comment