ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନି ଓ ଶ୍ଲୋକା ମେହେଟ୍ଟା ମାର୍ଚ୍ଚ ୯ରେ ବିବାହ କରିବାକୁ ଯାଉଛନ୍ତି। ଆକାଶଙ୍କ ବିବାହ ପୂର୍ବରୁ ପ୍ରି ୱେଡିଙ୍ଗ ସେଲିବ୍ରେସନ ଆରମ୍ଭ ହୋଇଛି। ବିବାହ ପୂର୍ବରୁ ଆକାଶଙ୍କ ବ୍ୟାଚଲର ପାର୍ଟିରେ ବହୁ ବଲିଉଡ କଳାକାର ସାମିଲ ହେବେ ବୋଲି ଶୁଣିବାକୁ ମିଳିଛି। ଏହି ପାର୍ଟି ଫେବୁଆରୀ ୨୪ କିମ୍ବା ୧୫ ଭିତରେ ସ୍ୱିଜରଲାଣ୍ଡରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।

ତେବେ ଆକାଶ ବିବାହ କରୁଥିବା ଶ୍ଲୋକା ହେଲେ ରୋଜି ବ୍ଲୁ ଡାଇମଣ୍ଡସ୍‌ର ମୁଖ୍ୟ ରଶେଲ ମେହେଟ୍ଟାଙ୍କ ଝିଅ।

ଆକାଶ ଓ ଶ୍ଳୋକାଙ୍କ ନିର୍ବନ୍ଧ ଗତ ବର୍ଷ ଜୁନ ୨୮ ତାରିଖରେ ମୁମ୍ବାଇରେ ହୋଇଥିଲା। ରାଜନୀତି, କଳା ତଥା ବ୍ୟବସାୟ ଜଗତ ସହ ଜଡିତ ଅନେକ ଲୋକେ ଏହି ନିର୍ବନ୍ଧରେ ଯୋଗ ଦେଇଥିଲେ। ଝିଅ ଇଶା ଅମ୍ବାନିଙ୍କ ବିବାହ ପରେ ଅମ୍ବାନି ପରିବାରର ବଡ଼ ପୁଅ ଆକାଶ ଅମ୍ବାନିଙ୍କ ରୟାଲ ୱେଡିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବିବାହ ପୂର୍ବରୁ ଆକାଶ ଅମ୍ବାନି ୨୩-୨୫ ଫେବ୍ରୁଆରିରେ ନିଜ ସାଙ୍ଗମାନଙ୍କୁ ବ୍ୟାଚଲର ପାର୍ଟି ଦେଉଛନ୍ତି। ଖବର ମୂତାବିକ, ଏହି ପାର୍ଟି ସୁଇଜରଲ୍ୟାଣ୍ଡର ସେଣ୍ଟ ମେରିଟସ୍‌ ହୋଟେଲରେ ଆୟୋଜିତ ହେବ। ଏହି ପାର୍ଟିରେ କରଣ ଜୋହର, ରଣବୀର କପୁରଙ୍କ ସମେତ ବଲିଉଡର ବହୁ ନାମୀଦାମୀ କଳାକାର ମାନେ ଯୋଗଦେବେ।

 

Comment