ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ପାକିସ୍ତାନ ସୀମାନ୍ତରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶର ୬ଟି ବିମାନ ବନ୍ଦରରେ ବିମାନ ଉଡ଼ାଣକୁ ବନ୍ଦ କରାଯାଇଛି। ଏହି ସବୁ ବିମାନବନ୍ଦର ପାକିସ୍ତାନ ସୀମାରେ ରହିଛି। ଏଥିସହିତ ସମସ୍ତ ପରୱାର୍ଡ ଏୟାର ବେଶ ଉପରେ ହାଇଆଲର୍ଟ ଜାରି କରାଯାଇଛି।
ଶ୍ରୀନଗର,ଜମ୍ମୁ ଓ ଲେହ ସମେତ ୬ ବିମାନବନ୍ଦରରେ ବିମାନ ସେବା ସାମଇକ ଭାବେ ବନ୍ଦ ରହିଛି ସେହିପରି ଚଣ୍ଡିଗଡ ଓ ଅମୃତଶର ବିମାନବନ୍ଦର ବି ବନ୍ଦ ରହିଛି। ଉତ୍ତରାଖଣ୍ଡର ରାଜଧାନୀ ଡେରହାଡୁନ୍ ମଧ୍ୟ ଏହି କଟକଣା ମଧ୍ୟକୁ ଆସିଛି।
ଶ୍ରୀନଗର ଏୟାରପୋର୍ଟ ଅଥରିଟିର ଅଧିକାରୀ କହିଛନ୍ତି ଯେ ଆପତଃକାଳୀନ ସ୍ଥିତିକୁ ଆଖିରେ ରଖି ଅସ୍ଥାୟୀ ଭାବେ ବ୍ୟବସାୟିକ ବିମାନ ଚଳାଚଳକୁ ବନ୍ଦ କରାଯାଇଛି। ଯଦିଓ ଅଧିକାରୀ ଜଣଙ୍କ ଆପତଃକାଳୀନ ସ୍ଥିତି ସମ୍ପର୍କରେ କୌଣସି ବିବରଣୀ ଦେଇନାହାନ୍ତି ତେବେ ବୁଧବାର ସକାଳେ ବଡଗ୍ରାମ ଜିଲ୍ଲାରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣା ଗ୍ରସ୍ତ ହେବାପରେ ଏହି ପଦକ୍ଷେପ ନିଆଯାଇଛି।
ଅଧିକାରୀ ଜଣଙ୍କ କହିଛନ୍ତି ଯେ, “ଯେଉଁ କେତୋଟି ବିମାନ ଏୟାରପୋର୍ଟ ଛାଡ଼ିବା ପାଇଁ ପ୍ରସ୍ତୁତ ହେଉଥିଲେ ସେମାନଙ୍କୁ ଫେରାଇ ଦିଆଯାଇଛି। ଜମ୍ମୁ ,ଲେହ ଓ ଶ୍ରୀନଗର ବିମାନବନ୍ଦର ବର୍ତ୍ତମାନ ସବୁଠାରୁ ଅଧିକ ବିପଦଜନ୍ନକ ସ୍ଥିତିରେ ରହିଛି। ଏଣୁ ନିୟନ୍ତ୍ରଣ ରେଖାରେ ଉଭୟ ପଟେ ଗୁଳିବର୍ଷଣ ଚାଲିଥିବା ଯୋଗୁଁ ସୁରକ୍ଷା ଓ ଅନ୍ୟପ୍ରତିଷ୍ଠାନ ଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।”
ଉଭୟ ପାକିସ୍ତାନ ଓ ଭାରତ ମଧ୍ୟରେ ବେଳକୁ ବେଳ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବାୟୁସେନା ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି। ବୁଧବାର ସକାଳେ ରଜୌରି ଓ ନୌସେରା ସେକ୍ଟରରେ ପାକିସ୍ତାନର ଦୁଇଟି ଲଢ଼ୁଆ ବିମାନ ଭାରତର ଆକାଶ ପଥକୁ ପଳାଇଆସିଥିଲେ। ତାହା ସହିତ ଏହି ଲଢ଼ୁଆ ବିମାନ ପକ୍ଷରୁ ଭାରତ ସୀମାରେ କିଛି ବୋମା ବର୍ଷଣ କରାଯାଇଥିଲା। ଏହାର ଜବାବରେ ଭାରତୀୟ ସୀମା ଭିତରକୁ ପସିଆସିଥିବା ଏକ ଏଫ୧-୧୬ ବିମାନକୁ ମାରି ଗଡ଼ାଇଦିଆଯାଇଛି।
ଇତିମଧ୍ୟରେ ଭାରତର ସବୁ ପରୱାର୍ଡ ଏୟାରବେସକୁ ସତର୍କ କରାଇଦିଆଯାଇଛି। ଖବର ଅନୁସାରେ ଶତ୍ରୁ ଦେଶର କୌଣସି ବିମାନକୁ ଦେଖିବା ମାତ୍ରେ ଗୁଳି କରିବା ଲାଗି ନିର୍ଦ୍ଦେଶ ମିଳିଛି। ଏୟାରଫୋର୍ସର ସବୁ ପାଇଲର୍ଟ ମାନଙ୍କୁ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବା ଲାଗି ନିର୍ଦ୍ଦେଶ ରହିଛି।


















