ଓଡ଼ିଶାଲାଇଭ୍‌ ବ୍ୟୁରୋ

ୟୁଟ୍ୟୁବରୁ ହଟିଲା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସଂମ୍ପର୍କୀତ ସମସ୍ତ ଭିଡ଼ିଓ। ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୟୁଟ୍ୟୁବ ପକ୍ଷରୁ ଏସବୁ ଭିଡିଓକୁ ହଟାଇ ଦିଆଯାଇଛି। ଏନେଇ ୟୁଟ୍ୟୁବ ଚଳାଉଥିବା କମ୍ପାନି ଗୁଗୁଲ ପକ୍ଷରୁ କୁହାଯାଇଛି।

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଗତକାଲି ପାକିସ୍ତାନ ସେନା ଧରି ନେଇଥିଲେ। ଏହା ପରେ ପାକିସ୍ତାନ ପକ୍ଷରୁ ଅଭିନନ୍ଦନଙ୍କ ଏକ ରକ୍ତାକ୍ତ ଭିଡିଓ ୟୁଟ୍ୟୁବରେ ଅପଲୋଡ କରାଯାଇଥିଲା। ସେହିପରି ଅନ୍ୟ ଏକ ଭିଡିଓରେ ସେ ଚା ପିଉଥିବା ମଧ୍ୟ ୟୁଟ୍ୟୁବରେ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ବର୍ତ୍ତମାନ ଏହି ସମସ୍ତ ଭିଡିଓକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି।

ଭାରତ ସରକାର ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ୟୁଟ୍ୟୁବ ଏହି ସବୁ ଭିଡିଓକୁ ହଟାଇଦେଇଛି।

ବୁଧବାର ପାକିସ୍ତାନର ଏଫ୍‌-୧୬ ବିମାନକୁ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ତଳେ ପକାଇଦେଇଥିଲେ। ଠିକ୍‌ ସମୟରେ କମାଣ୍ଡର ଅଭିନନ୍ଦନଙ୍କ ମିଗ-୨୧ ବିମାନଟି ଦୁର୍ଘଟଣାଗସ୍ତ ହେବା ଫଳରେ ଅଭିନନ୍ଦନ ପାରାଚୁଟରୁ ନିଜକୁ ଇଜେକ୍ଟ କରିଥିଲେ। ଏହା ପରେ ସେ ଏଲ୍‌ଓସି ପାର ହୋଇ ପାକ୍‌ ଅଧିକୃତ କଶ୍ମୀର ଅଞ୍ଚଳରେ ପଡ଼ିଲେ। ଏହା ପରେ ସ୍ଥାନୀୟ ଗାଁ ଲୋକେ ତାଙ୍କୁ ପ୍ରବଳ ମାଡ଼ ମାରି ରକ୍ତାକ୍ତ କରିବା ସହ ପାକିସ୍ତାନୀ ସେନା ହାତରେ ଧରାଇ ଦେଇଥିଲେ।

Comment