ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀରର କୁପୱାଡ଼ାରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟର୍‌ରେ ୪ ଜଣ ଯବାନ ସହିଦ ହୋଇଥିବା ଖବର ଆସିଛି। ସହିଦଙ୍କ ମଧ୍ୟରେ ଜଣେ ସିରିଆରପିଏଫ୍‌ ଇନ୍‌ସ୍‌ପେକ୍ଟର ଥିବା ବେଳେ ଅନ୍ୟ ୨ ଜଣ ପୋଲିସ କର୍ମଚାରୀ ବୋଲି ଜଣାପଡ଼ିଛି।

କୁପୱାଡ଼ାର ବାବାଗୁଣ୍ଡ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସିଆରପିଏଫ୍‌ ଓ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ ହେଁ ସେମାନେ ଗୁଳି ଚଳାଇଥିଲେ।

ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ମୃତଦେହକୁ ଉଦ୍ଧାର କରିବା ପାଇଁ ସୁରକ୍ଷାକର୍ମୀମାନେ ଗଲାବେଳେ ଜଣେ ଆତଙ୍କବାଦୀ ଜୀବିତ ରହି ସୁରକ୍ଷାକର୍ମୀଙ୍କ ଉପରକୁ ଅତିର୍କିତ ଗୁଳିମାଡ଼ କରିଥିଲା। ଏଥିରେ ୨ ଜଣ ସିଆରପିଏଫ୍‌ ଯବାନ ଓ ୨ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବା ଜଣାପଡ଼ିଛି। ଏହି ଗୁଳିବିନିମୟରେ ୪ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

Comment