ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶନିବାର ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି। ମଧ୍ୟପ୍ରଦେଶ ଉମାରିଆରେ ଶାହ ବିଜେପି ବିଜୟ ସଂକଳ୍ପ ମୋଟରସାଇକେଲ ରାଲିର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଶାହ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି।

“ପାକିସ୍ତାନ ଭଳି ଦେଶର ଚିକିତ୍ସା କେବଳ ମୋଦି ହିଁ କରିପାରିବେ। ଦେଶକୁ ସୁରକ୍ଷା ଦେବା ଓ ଦେଶର ଉନ୍ନତି, ପାକିସ୍ତାନକୁ ମହଁତୋଡ଼ ଜବାବ ଦେବା କାମ କେବଳ ମୋଦି ହିଁ କରିପାରିବେ”,ଶାହ କହିଛନ୍ତି।

ଏହି ଅବସରରେ ଶାହ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଯବାନଙ୍କ ରକ୍ତର ପ୍ରତିଶୋଧ ନେବାପାଇଁ କଂଗ୍ରେସ ପାଖରେ ସାମର୍ଥ୍ୟ ନଥିବା ଶାହ କହିଛନ୍ତି। ପାକିସ୍ତାନକୁ ମହଁତୋଡ଼ ଜବାବ ଦେବାର ସାହାସ କଂଗ୍ରେସ ପାଖରେ ନାହିଁ ବୋଲି ସେ କହିଛନ୍ତି।

ନିର୍ବାଚନକୁ ଆଉ କମ ଦିନ ରହିଥିଲାବେଳେ ବିଜେପି ପ୍ରଚାର ପ୍ରସାର ଜୋର କରିଛି। ମାର୍ଚ୍ଚ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶ ଗସ୍ତ କରିବେ।

Comment