ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତଟ ରେଳବାଇକୁ ଦୁଇ ଭାଗ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାରଙ୍କ ସହ ଆଲୋଚନା ନକରି ଦକ୍ଷିଣତଟ ରେଳ ଜୋନ୍ ଗଠନ କରାଯାଇ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଶାଖାପାଟଣାରେ ଦକ୍ଷିଣ ତଟ ରେଳ ଜୋନ କାର୍ଯ୍ୟକ୍ଷମ ନକରିବାକୁ ନବୀନ ଚିଠିରେ ଦାବି କରିଛନ୍ତି।

ଓଡ଼ିଶାର ସବୁ ଡିଭିଜନକୁ ପୂର୍ବତଟ ରେଳପଥରେ ସାମିଲ କରାଯିବା ସହ ଯାଜପୁର ଓ ରାଉରକେଲାରେ ଦୁଇଟି ରେଳ ଡିଭିଜନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ।

ଏପଟେ ପୂର୍ବତଟ ରେଳପଥରୁ ୱାଲିଟିୟର ଡିଭିଜନକୁ କେନ୍ଦ୍ର ସରକାର ବାଦ୍ ଦେଇଥିବାରୁ ଏହାର ପ୍ରତିବାଦ କରିଛି ବିଜେଡି। ପୂର୍ବତଟ ରେଳବାଇ ଅଫିସ ସମ୍ମୁଖରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଥିଲା।

Comment