ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ କିଛି ଘଣ୍ଟା ପରେ ମହାଶିବରାତ୍ରି। ଜାଗର ଦ୍ୱୀପ ଜାଳିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଶ୍ରଦ୍ଧାଳୁଙ୍କ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଭଗବାନ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଏ କେତେ ଉପାୟ ଆପଣେଇଥାନ୍ତି।
ଭଗବାନ ମହାଦେବ କେବଳ ଭକ୍ତି ଏବଂ ଭାବକୁ ପରଖିଥାନ୍ତି। ଖୁବ୍ ଅଳ୍ପରେ ସନ୍ତୁଷ୍ଟ ହେଉଥିବାରୁ ତାଙ୍କୁ ଆଶୁତୋଷ ବୋଲି କୁହାଯାଏ। ତେବେ ମହାଦେବଙ୍କ ପ୍ରିୟ ଫୁଲ ତାଙ୍କୁ ଅର୍ପଣ କଲେ ସେ ପସନ୍ନ ହୋଇଥାନ୍ତି ବୋଲି ସାଧାରଣରେ ବିଶ୍ୱାସ ରହିଛି।
ଅଳସୀ ଫୁଲ ମହାଶିବରାତ୍ରିରେ ଶିବଙ୍କୁ ଅର୍ପଣ କଲେ ମଣିରେ ସବୁ ପାପ ମୋଚନ ହୋଇଥାଏ ବୋଲି ମାନ୍ୟତା ରହିଛି।
ସେହିପରି ନାଲି ତଥା ଧଳା ଅରଖ ଫୁଲରେ ଶିବଙ୍କୁ ପୂଜା କଲେ ମୋକ୍ଷା ପ୍ରାପ୍ତି ହୋଇଥାଏ।

କନିଅର ଫୁଲ ବି ଶିବଙ୍କର ସବୁଠାରୁ ପ୍ରିୟ। ଶିବରାତ୍ରିରେ ଶିବଙ୍କୁ ଏହି ଫୁଲରେ ପୂଜାର୍ଚ୍ଚନା କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି।

ଦୁଦୁରା ଫୁଲ ମଧ୍ୟ ମହାଦେବଙ୍କ ଭାରି ପ୍ରିୟ। ଯେଉଁ ଦମ୍ପତି ମହାଶିବରାତ୍ରି ଅବସରରେ ଏହି ଫୁଲରେ ମହାଦେବଙ୍କୁ ପୂଜା ଅର୍ଚ୍ଚନା କଲେ କୃପା ପ୍ରାପ୍ତି ହୋଇଥାଏ।


















