ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିମାନବନ୍ଦରରେ ଖୁବ୍‌ଶୀଘ୍ର ତୃତୀୟ ଟର୍ମିନାଲ ନିର୍ମାଣ ହେବାକୁ ଯାଉଛି। ଏହି ବିମାନ ବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଉ ଏକ ଟର୍ମିନାଲ ନିର୍ମାଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା।

କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଆଜି ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ନେଇ ଏକ ସମୀକ୍ଷା କରିଥିଲେ ସେ।

ସେ କହିଥିଲେ, “ଭିବନେଶ୍ୱର ବିମାନ ବନ୍ଦରରୁ ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ପାର୍କିଂ ଜୋନରେ ଗାଡ଼ି ରଖିଲେ ଦେବାକୁ ପଡ଼ିବନି ଫି। ଏହି ନିୟମ ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଯାଉଛି।”

Comment