ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡର ଅକ୍ସଫୋର୍ଡରେ ରହୁଥିବା ୭୪ ବର୍ଷୀୟ ମେଲାବିନ ମେସନଲ ନିଜ ବିଷୟରେ ଏକ ଖୁଲାସା କରିଛନ୍ତି। ଯାହା ଶୁଣିଲେ କେହି ବି ଭୟ କରିବେ। ମେଲାବିନ ପୂର୍ବରୁ କ୍ୟାନସର କବଳରୁ ମୁକ୍ତ ହୋଇଥିବା ବେଳେ ଏବେ ଆଉ ଏକ ସମସ୍ୟାରେ ପଡ଼ିଛନ୍ତି , ଯାହାକୁ ନେଇ ସେ ବେଶ ଚିନ୍ତିତ ଅଛନ୍ତି।

ମେଲାବିନଙ୍କ କହିବା ଅନୁସାରେ ପ୍ରତିଦିନ ରାତିରେ ଏଭଳି ଲାଗୁଛି ଯେପରି ତାଙ୍କ ମୁହଁରେ କିଛି ଚାଲୁଛି। ଏହା ପଛରେ ଥିବା ରହସ୍ୟ ବିଷୟରେ ସେ କହିଛନ୍ତି । ସେ ଜିଭ କ୍ୟାନସରରେ ପୀଡ଼ିତ ଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଭରେ ହୋଇଥିବା ଟ୍ୟୁମରକୁ ଅପରେସନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଟ୍ୟୁମର ତ କଢ଼ାହୋଇଥିଲା କିନ୍ତୁ ଏହି କାରଣରୁ ତାଙ୍କ ଜିଭର ଅଧା ଅଂଶ ଗାୟବ ହୋଇଯାଇଥିଲା। ପରେ ପୁଣି ଡାକ୍ତର ସର୍ଜରୀ କରି ଜିଭକୁ ଯୋଡ଼ିଥିଲେ। ମେଲାବିନଙ୍କ ହାତରୁ ନରମ ମାଂସ ନେଇ ଜିଭରେ ଲଗାଇଥିଲେ। ଯାହାଫଳରେ ଜିଭ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇଯାଇଥିଲା।

କିନ୍ତୁ ମେଲାବିନ ପରେ ଭାବିଥିବେ କାହିଁକି ଜିଭ  ମୋ ନିଦ ହଜେଇ ଦେଇଥିଲା। ହାତର ମାଂସ ନେଇ ଜିଭରେ ଯୋଡ଼ିବା ପରଠାରୁ ସେବେଠୁ ସବୁବେଳେ ବାଳ ଉଠିଯାଉଛି। ଏହାକୁ ନେଇ ବହୁ ସମସ୍ୟାରେ ପଡ଼ିଛନ୍ତି ମେଲାବିନ। ଯେପର୍ଯ୍ୟନ୍ତ ଏହାକୁ କାଟିନଥାନ୍ତି ତାଙ୍କୁ ସେପର୍ଯ୍ୟନ୍ତ ନିଦ ହୋଇନଥାଏ କହିଛନ୍ତି ମେଲାବିନ।

Comment