ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ବାୟୋପିକ ନିର୍ମାଣ ହେବା ନେଇ ଖବର ଆସିବା ପରେ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫିଲ୍ମରେ କେଉଁ ଅଭିନେତା ରାକେଶ ଶର୍ମାଙ୍କ ଚରିତ୍ରରେ ଅଭିନୟ କରିବେ ତାକୁ ନେଇ ମଧ୍ୟ ସସପେନ୍ସ ଦେଖାଯାଇଛି।

ପ୍ରଥମେ ଏହି ଫିଲ୍ମରେ ରାକେଶଙ୍କ ଭୂମିକାରେ ଅଭିନେତା ଅମିର ଖାନ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଥିଲା। ଏହାପରେ ଅମିରଙ୍କ ସ୍ଥାନରେ ଶାହାରୁଖ ଅଭିନୟ କରିବେ ବୋଲି ଖବର ଆସିଥିଲା।

ତେବେ ଏବେ ଏନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଫିଲ୍ମରେ ରଣବୀର କପୁର ରାକେଶଙ୍କ ଭୂମିକାରେ ଅଭିନୟ କରିବେ ଖବର ଆସୁଛି। ଖୁବଶୀଘ୍ର ଫିଲ୍ମ ମେକର ଏନେଇ ଘୋଷଣା କରିପାରନ୍ତି।

ପୂର୍ବରୁ ଏହି ଫିଲ୍ମରେ ଅଭିନୟ ନେଇ ବିକି କୌଶଳ, କାର୍ତ୍ତିକ ଆର୍ଯ୍ୟନଙ୍କ ନାମ ବି ଚର୍ଚ୍ଚାରେ ରହିଥିଲା।

Comment