ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହେବ ବିଜେଡିର ‘ଘରେ ଘରେ ଶଙ୍ଖ’ ଅଭିଯାନ।

ପଞ୍ଚାୟତିରାଜ ଦିବସ ଅବସରରେ ବିଜେଡିର ‘ଘରେ ଘରେ ଶଙ୍ଖ- ମତାମତ କରନ୍ତି ଆପଣ, ପାଳନ କରନ୍ତି ନବୀନ’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅଭିଯାନରେ ପ୍ରତ୍ୟେକ ତୃଣମୂଳ ସ୍ତରରୁ ଲୋକେମାନେ ସାମିଲ ହେବେ। ପ୍ରତ୍ୟେକ ସ୍ତରରୁ ଲୋକମତ ସଂଗ୍ରହ କରାଯିବ। ଲୋକମାନଙ୍କ ମତାମତ ନେଇ ପ୍ରସ୍ତୁତ ହେବ ଇସ୍ତାହାର। ଏନେଇ ଫର୍ମ ପ୍ରସ୍ତୁତ କରି ତୃଣମୂଳ ସ୍ତର ଲୋକମାନଙ୍କୁ ପଠାଯାଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପ୍ରାୟ ୮୭ ଲକ୍ଷ ପରିବାରରେ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାମାନେ ପହଞ୍ଚି ଇସ୍ତାହାର ସମ୍ପର୍କରେ ମତାମତ ନେବେ।

ଆଜି କଣ୍ଟିଲୋ ଗାଁରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ ହେବ।

Comment