ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୟାନସରରେ ପୀଡ଼ିତ ପୁଅର ଚିକିତ୍ସା ପାଇଁ ମିଳିଥିବା ଟଙ୍କାକୁ ଜଣେ ମା’ ଚୋରି କରିନେଇଛି। ଚିକିତ୍ସା ପରେ ବି କ୍ୟାନସର କବଳରୁ ମୁକ୍ତ ହୋଇପାରିନଥିଲା ୬ ବର୍ଷର ପୁଅ। ସେପଟେ ମାଆ ପୁଅର ଚିକିତ୍ସା ପାଇଁ ମିଳିଥିବା ୯୩ ଲକ୍ଷ ଟଙ୍କାକୁ ଜୁଆ ଖେଳରେ ଉଡ଼ାଇ ଦେଇଛି। ଯାହା ଫଳରେ ପୁଅଟିର ମୃତ୍ୟୁ ହୋଇଛି।

ମାମଲାଟି ଇଂଲଣ୍ଡର ଲିଡସରେ ଘଟିଛି। ଷ୍ଟେସି ବର୍ସଲୀ ନାମକ ୩୨ ବର୍ଷୀୟ ମହିଳା କୋର୍ଟରେ ନିଜର ଭୁଲକୁ ସ୍ୱୀକାର କରିଛନ୍ତି। ଟିବି ଭଳି ବିରଳ କ୍ୟାନସର ରୋଗର ଚିକିତ୍ସା ପାଇଁ ପାଖାପାଖି ଦୁଇ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଶିଶୁର ଚିକିତ୍ସା ପାଇଁ ଏକ ପାଣ୍ଠି ଗଠନ କରାଯାଇଥିଲା। ଲିଡସ ୟୁନାଇଟେଡ୍ ଏବଂ ଏହାର ଫ୍ୟାନ୍ସମାନେ ପାଣ୍ଠି ସଂଗ୍ରହରେ ଲାଗିପଡ଼ିଥିଲେ।

ପୁଅ ମୃତ୍ୟୁର ପାଖାପାଖି ୨ ମାସ ପରେ ଲିଡସ କ୍ରାଉନ କୋର୍ଟରେ ଅପରାଧ ସ୍ୱୀକାର କରିଛନ୍ତି ମହିଳା। ପାଣ୍ଠିର ଦୂରୁପଯୋଗ ସତ୍ତ୍ୱେ ପିଲାର ଚିକିତ୍ସାରେ କୌଣସି ଅବହେଳା ହୋଇନଥିବା କହିଛନ୍ତି ପୁଲିସ ଅଧିକାରୀ। ମାମଲାରେ ମହିଳାଙ୍କୁ ଜାମିନ ମିଳିଥିଲାବେଳେ ଆସନ୍ତା ମାର୍ଚ୍ଚ ୨୯ରେ କୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ।

Comment