ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଜମ୍ମୁ ଗସ୍ତ କରିବେ। ଏହି ଗସ୍ତରେ ସେ ସୀମା ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକର ସମୀକ୍ଷା କରିବେ।
ଜମ୍ମୁର ସାମ୍ବା ଓ ଅଖନୁର ସେକ୍ଟରେ ନିର୍ମିତ ଦୁଇଟି ବ୍ରିଜର ଉଦଘାଟନ କରିବେ ସୀତାରମଣ। ପ୍ରଥମେ ସାମ୍ବାରେ ନିର୍ମିତ ବ୍ରିଜର ଉଦଘାଟନ କରି ପରେ ଅଖନୁର ସେକ୍ଟରରେ ନିର୍ମିତ ବ୍ରିଜର ଉଦଘାଟନ କରିବେ।
କିଛି ଦିନ ହେବ ସୀମାରେ ଉତ୍ତେଜନା ଲାଗି ରହିଛି। ପାକ୍ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତୀ ଉଲଙ୍ଘନ ହେବାରେ ଲାଗିଛି।
ସୀମାରେ ସେନା ଆତଙ୍କୀ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ସାଧାରଣ ଲୋକବି ପ୍ରାଣ ହରାଇଛନ୍ତି। ସେହି ଦୃଷ୍ଟିରୁ ସୀତାରମଣ ସୀମା ନିକଟବର୍ତ୍ତୀ ଅଞ୍ଚଳ ବୁଲି ଘଟଣାର ସମୀକ୍ଷା କରିବେ।