ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ ଏମ୍‌ଏମ୍‌ ଦାସ କମିଶନ ଶନିବାର ୫୭୬ଟି କମ୍ପାନିକୁ ଶନିବାର ପବ୍ଲିକ ନୋଟିସ୍‌ ଜାରି କରିଛନ୍ତି।

ତଦନ୍ତ କମିଶନଙ୍କ ନିକଟରେ ହାଜର ହେଉନଥିବା ଅଭିଯୋଗରେ ଏହି ନୋଟିସ୍‌ ଜାରି ହୋଇଛି। ଚିଟ୍‌ଫଣ୍ଡ କମ୍ପାନିଗୁଡ଼ିକୁ ଖବରକାଗଜ ଜରିଆରେ ନୋଟିସ୍‌ ଜାରି କରିଛନ୍ତି ଜଷ୍ଟିସ୍‌ ଏମ୍‌ଏମ୍‌ ଦାସ । ଆସନ୍ତା ଏପ୍ରିଲ ୧୫ରୁ ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସ୍‌ରେ ନିର୍ଦ୍ଦେଶ ରହିଛି।

କୌଣସି ଖୋଜ ଖବର ନଥିବା ୩୭୭ କମ୍ପାନିଙ୍କୁ ନୋଟିସ୍‌ ହେବା ସହ ଠିକଣା ଥାଇ ହାଜର ହେଉନଥିବା ୧୯୯ କମ୍ପାନିଙ୍କୁ ନୋଟିସ୍‌ ଜାରି ହୋଇଛି। ସମୟସୀମା ଭିତରେ ହାଜର ନହେଲେ କମ୍ପାନିଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି କମିଶନ।

 

Comment