ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିଜର ଦମଦାର ଅଭିନୟ ଲାଗି ଖୁବ୍‌ କମ୍‌ଦିନରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଇରଫାନ ଖାନ୍‌ ଗତକିଛି ଦିନ ହେବ ନିଜର ଚିକିତ୍ସା ଲାଗି ଅନେକ ସମୟରେ ବାହାରେ ରହୁଛନ୍ତି। ଇରଫାନଙ୍କ ଫ୍ୟାନ ତାଙ୍କର ଗୋଟିଏ ଝଲକ କିମ୍ବା ସ୍ୱାସ୍ଥ୍ୟ ବାବଦରେ ଜାଣିବା ଲାଗି ସବୁବେଳେ ଚାହିଁଥାନ୍ତି। ତେବେ ଇରଫାନ୍‌ଙ୍କ ଫ୍ୟାନ୍‌ଙ୍କ ଲାଗି ଖୁସିଖବର।

ଇରଫାନଙ୍କୁ ଶନିବାର ସକାଳେ ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍‌ କରାଯାଇଥିଲା। ଯଦିଓ ସେ କପଡ଼ାରେ ନିଜ ମୁହଁ ଲୁଚାଇବାକୁ ଚେଷ୍ଟା କରିଥିଲେ ତଥାପି ତାଙ୍କ ଡ୍ରେସିଂ ସେନ୍ସ ଓ ଚାଲିରୁ ସ୍ପଷ୍ଟ ଜଣାପଡ଼ୁଥିଲା କି ସେ ଇରଫାନ୍‌ ବୋଲି।

ଇରଫାନଙ୍କ ଏହି ଫଟୋରେ ଜଣାପଡୁଛି କି ଇରଫାନ୍‌ ପୂର୍ବ ଅପେକ୍ଷା ଅନେକ ସୁସ୍ଥ ଅଛନ୍ତି ଏବଂ ସେ ସୁସ୍ଥ ହେଉଛନ୍ତି। ଆଶା ଇରଫାନ ନିଜେ ଖୁବଶୀଘ୍ର ଅଫିସିଆଲି ନିଜର ସୁସ୍ଥତା ନେଇ ଫ୍ୟାନଙ୍କୁ କୁହିବେ।

୫୨ବର୍ଷିୟ ଇରଫାନ୍‌ ଗତ ୧୦ ମାସ ହେବ ନ୍ୟୁରୋ ଏଣ୍ଡ୍ରୋକ୍ରାଇନ୍‌ ଟ୍ୟୁମରର ଚିକିତ୍ସା କରାଉଛନ୍ତି। ନିକଟରେ ସେ ଭାରତ ଆସିଥିଲେ। ସେ ମୁମ୍ବାଇ ଆସିବାର ୩ମାସ ପରେ ବିମାନବନ୍ଦରରେ ତାଙ୍କୁ ସ୍ପଟ୍‌ କରାଯାଇଛି।

Comment