ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମହାନଦୀ ଜଳ ବିବାଦ ମାମଲାର ବୈଠକ ବସିଥିଲା। ଏହି ମାମଲାର ଆପୋଷ ସମାଧାନ ଲାଗି ମହାନଦୀ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଯଦି ଆପୋଷ ସମାଧାନ ନହୁଏ, ତେବେ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେବେ ବୋଲି ଶୁଣାଇଥିଲେ। କିନ୍ତୁ ପୁଣି ଆଲୋଚନା ପାଇଁ କହିଲେ ଟ୍ରିବ୍ୟୁନାଲ।

ମାର୍ଚ୍ଚ ୩୦ ମଧ୍ୟରେ ଆଲୋଚନା କରିବା ପାଇଁ କହିଛନ୍ତି ଟ୍ରିବ୍ୟୁନାଲ। ଉଭୟ ପକ୍ଷର ଆଡଭୋକୋଟ୍‌ ଜେନେରାଲ ବସି ଦୁଇ ପକ୍ଷ ମଧ୍ୟରେ ଆଲୋଚନା କରାଯିବ। ଏହି ସମୟସୀମା ମଧ୍ୟରେ ଆଲୋଚନା କରି ଟ୍ରିବ୍ୟୁନାଲଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୩୦ରେ ରାୟ ପ୍ରକାଶ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଗତ ୨୫ ତାରିଖରେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ମୁତାବକ ନୂଆଦିଲ୍ଲୀରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ବସିଥିଲା। କିନ୍ତୁ ବୈଠକର କୌଣସି ଫଳ ବାହାରି ନଥିଲା। ପୂର୍ବରୁ ୨ ଥର ଆପୋଷ ଆଲୋଚନା ନିଷ୍ଫଳ ହୋଇଥିଲା।

LEAVE A REPLY

Please enter your comment!
Please enter your name here