ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଳିଆ ଯୋଜନାରେ ଅର୍ଥ ବଣ୍ଟନର ସମୟସୀମା ବୃଦ୍ଧି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବହିଷ୍ମାର ଦାବି କଲା ବିଜେପି।

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବହିଷ୍କାର ଦାବି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେପି। କାଳିଆ ଟଙ୍କାକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ସଂପ୍ରସାରଣ କରାଯାଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବି ଅର୍ଥମନ୍ତ୍ରୀ କାଳିଆ ଯୋଜନାକୁ ମାର୍ଚ୍ଚ ୩୧ ଯାଏଁ ସଂପ୍ରସାରଣ କରିବା ଆଇନ୍‌ର ଉଲ୍ଲଂଘନ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ଦଳ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍‌ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ଦାଖଲ କରିଛନ୍ତି।

ଏନେଇ ବିଜେଡି ଏବଂ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି।

Comment