ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ସବୁ ରାଜନୈତିକ ଦଳ ଘନ ଘନ ଓଡ଼ିଶା ଆସୁଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଘନ ଘନ ଓଡ଼ିଶା ଆସିଲେଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ମାର୍ଚ୍ଚ ୧୫ରେ ଦିନିକିଆ ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ବରଗଡ଼ର ସରସରା ପଡ଼ିଆଠାରେ ଆଯୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ରାହୁଲ ସ୍ୱତନ୍ତ୍ର ବିମାନ ଯୋଗେ ରାୟପୁର ପହଞ୍ଚିବେ। ଏହାପରେ ବରଗଡ଼ରେ ଆୟୋଜତି ସଭାରେ ଉଦ୍‌ବୋଧନ ଦେବେ। ଏହାପରେ ସେ ଦିଲ୍ଲୀ ଫେରିଯିବେ।

ରାହୁଲ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

Comment