ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଦଳ ପାଇଁ ମନ ପ୍ରାଣ ଦେଇ କାମ କରିବି

ରବିବାର ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ପ୍ରକାଶ ବେହେରା। ଦିଲ୍ଲୀ ବିଜେପି ପାର୍ଟି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ରେ ଦଳରେ ସାମିଲ ହୋଇଛନ୍ତି।

ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରକାଶ ବେହେରା। ଗତ ନିର୍ବାଚନରେ କଂଗ୍ରେସରୁ ସେ ସାଲେପୁରରୁ ବିଧାୟକ ଭାବେ ନିର୍ବାଚନ ଜିତିଥିଲେ। ପ୍ରକାଶ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ନିଜ ଇସ୍ତଫାପତ୍ର ଦେଇଥିଲେ।

ବସନ୍ତ ପଣ୍ଡା କହିଛନ୍ତି, “ପ୍ରକାଶଙ୍କୁ ସ୍ୱାଗତ କରୁଛି। ଦଳ ଆଗକୁ ଆହୁରି ସଦୃଢ ହେବ।”

ପ୍ରକାଶ ପଦ୍ମ ଧରିବା ପରେ ପ୍ରତିକ୍ରିୟାରେ କହିଛନ୍ତି କି, “ମୋତେ ଭରସା ଅଛି ସାରା ଦେଶରେ ଆଗକୁ ବିକାଶ ହେବ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ। ମୋ ନିର୍ବାଚନ ମଣ୍ଡଳୀର ଯୁବକ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ସହିତ ଅଛନ୍ତି। ଆଗକୁ ବିଜେପିର ବିକାଶ ଧାରା ଓଡ଼ିଶାରେ ଜାରି ରହିବ। ପାର୍ଟି ପାଇଁ କାମ କରିବି।”

ବିଗତ ୨୦ ବର୍ଷ ଧରି ସେ କଂଗ୍ରେସରେ କାମ କରି ଆସୁଥିଲେ। କଂଗ୍ରେସ ତାଙ୍କ ପ୍ରତି ଅବହେଳା କରିଥିବା ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

Comment