ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ନିର୍ବାଚନୀ ମଳୟ ଏବେ ସବୁଠି। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନି।

ତେବେ ସମସ୍ତଙ୍କ ନଜରରେ ରହିଛି ବିଜେଡିର ପ୍ରାର୍ଥୀ ତାଲିକା ଉପରେ। ସୂଚନାନୁସାରେ ବିଜେଡି ଆଜି ତାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରକାଶ କରିପାରେ।

୪ଲୋକସଭା ଲାଗି ଘୋଷଣା ହେବ ପ୍ରାର୍ଥୀଙ୍କ ନାଁ

ବିଜେଡି କଳାହାଣ୍ଡି, ନବରଙ୍ଗପୁର,କୋରାପୁଟ,ବ୍ରହ୍ମପୁର ଲୋକସଭା ଆସନ ଲାଗି ଘୋଷଣା କରିପାରେ ପ୍ରାର୍ଥୀ ତାଲିକା। ବ୍ରହ୍ମପୁରରୁ କାହାକୁ ଦଳ ଟିକେଟ ଦେବ ସେ ନେଇ ସମସ୍ତଙ୍କର ନଜର ରହିଛି। ବ୍ରହ୍ମପୁର ଲାଗି ସିଦ୍ଧାନ୍ତ ମହାପାତ୍ର ନା ଚନ୍ଦ୍ରଶେଖର ସାହୁ କାହାକୁ ଟିକେଟ ଦେବ ଦଳ?

ନବରଙ୍ଗପୁରରୁ ବଳଭଦ୍ରଙ୍କ ବଦଳରେ କିଏ?

ନିକଟରେ ନବରଙ୍ଗପୁରର ସାଂସଦ ବଳଭଦ୍ରଙ୍କ ପରିବର୍ତ୍ତେ କାହାକୁ ଟିକେଟ ଦେବ ଦଳ ତାହା ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି କୋରପଟୁ ଉପରେ ମଧ୍ୟ ନଜର ରହିଛି। ସାଂସଦ ଝିନ୍ନ ହିକ୍କାଙ୍କ ପତ୍ନୀଙ୍କୁ ଦଳ ଏଥର ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

୪ଲୋକସଭା ସହିତ ୨୮ ବିଧାନସଭା ଆସନ ଲାଗି ମଧ୍ୟ ବିଜେଡି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ତେବେ ଆଶାୟୀ ଆଶା ଆଶଙ୍କାରେ ଥିବା ବେଳେ ପ୍ରାର୍ଥୀ ତାଲିକା ଘୋଷଣାକୁ ଅପେକ୍ଷା କରିଛନ୍ତି ସମସ୍ତେ।

Comment