ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୨ରୁ ପୁଣି ବଢ଼ିବ ତାତି। ଏପରିକି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଉ ଦୁଇ ଦିନ ଅର୍ଥାତ ବୁଧବାର ଏବଂ ଗୁରୁବାର ପାଗ କୋହଲା ରହିବ। ଏହାପରେ ତାପମାତ୍ରା ବଢ଼ିବ।

ବୁଧବାର କିଛିଟା ସ୍ଥାନରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ଲାଗି ରହିବ।

ହେଲେ ମାର୍ଚ୍ଚ ୨୨ଠୁ ରାଜ୍ୟରେ ତାତି ବଢ଼ିବାର ଅନୁମାନ କରାଯାଉଛି।

Comment