ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରିଟର୍ଣ୍ଣିଂ ଅଧିକାରୀ ଅଜିତ କୁମାର ମିଶ୍ରଙ୍କୁ ଭେଟି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସେହିପରି ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ନିମାଇଁ ଚରଣ ସୁତାରଙ୍କ ନିକଟରେ ଝରିଗାଁ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଉଳଧର ମାଝି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଉଳଧର ମଧ୍ୟ କଂଗ୍ରେସ ଭବନଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ।

ସେହିପରି ଉପଜିଲ୍ଲାପାଳ ତଥା ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ କରୁଣାକର ରାଇକଙ୍କ ନିକଟରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝି ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

କଂଗ୍ରେସର ଏହି ଶୋଭାଯାତ୍ରାରେ ନନରଙ୍ଗପୁର ଜିଲ୍ଲା କଂଗ୍ରସ ସଭାପତି ମୁନା ତ୍ରିପାଠୀ, ଛତିଶଗଡ଼ ଅବକାରୀ ମନ୍ତ୍ରୀ ଲାଖମା କବାସୀ, ଜଗଦଲପୁର ବିଧାୟକ ରେଖଚାନ୍ଦ ଜୈନ, ବସ୍ତର ବିଧାୟକ ଲୋକେଶ୍ୱର ବେଗଲ, ପରିସାହୁ, ଲାଲୁ ତ୍ରିପାଠୀ, ସୁବାସ ଚନ୍ଦ୍ର ସୁର, ବାଲାଜି ମିଶ୍ର, ଦିଲ୍ଲୀପ ବେହେରା, ପ୍ରଣତି ତ୍ରିପାଠୀ, ବାବୁନି ଚୌଧୁରୀ, ଅବଦୁଲ ଫିରୋଜଙ୍କ ସମେତ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଏହି ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରାରେ ଉପସ୍ଥିତ ରହିଥିଲେ।

ସେହିପରି ବିଜେଡି ପକ୍ଷରୁ ଡାବୁଗାଁ ନିର୍ବାଚନ ମଣ୍ଡଳୀ ପାଇଁ ମନୋହର ରନ୍ଧାରୀ ଉପ ଜିଲ୍ଲାପାଳ ତଥା ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଗୌରୀ ମାଝି ତାଙ୍କ ପ୍ରାର୍ଥୀ ପତ୍ର ଉପ ଜିଲ୍ଲାପାଳ ତଥା ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ତାଙ୍କ ସମର୍ଥକ ବୁଲୁ ତ୍ରିପାଠୀ, ମୃତ୍ୟୁଞ୍ଜୟ ମହାରଣା, ଅନନ୍ତ ପଣ୍ଡା, ଶିରୁ ପାତ୍ର, ଡମ୍ବୁରୁ ମାଝି ପ୍ରମୁଖଙ୍କ ସହିତ ଯାଇ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Comment