ଓଡ଼ିଶାଲାଇଭ୍‌ ବ୍ୟୁରୋ

ହରିୟାଣାର ଖ୍ୟାତନାମା ଡ୍ୟାନ୍ସର ସପନା ଚୌଧୁରୀ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ହେଉଛି। ରିପୋର୍ଟ ଅନୁସାରେ ଦୀର୍ଘ ଦିନରୁ ସପନା ଚୌଧୁରୀ କଂଗ୍ରେସ ସହିତ ସମ୍ପର୍କରେ ଅଛନ୍ତି। ସେ କଂଗ୍ରେସରେ ସାମିଲ ହେବାକୁ ଚାହୁଁଛନ୍ତି ହେଲେ ଏଥିପାଇଁ ସେ ସର୍ତ୍ତ ରଖିଥବା ଶୁଣିବାକୁ ମିଳିଛି। ସର୍ତ୍ତ ହେଲା କଂଗ୍ରେସ ଯଦି ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଏ ତେବେ ସେ କଂଗ୍ରେସରେ ସାମିଲ ହେବେ।

ହରିଆଣା ସମେତ ୟୁପି, ବିହାରରେ ମଧ୍ୟ ସପନାଙ୍କର ଢେର ଲୋକପ୍ରିୟତା ରହିଛି। ଏହି ଦୃଷ୍ଟିରୁ କଂଗ୍ରେସ ସପନାଙ୍କ ସର୍ତ୍ତରେ ରାଜି ହୋଇ ତାଙ୍କୁ ମଥୁରା ଲୋକସଭା ଆସନ ପାଇଁ ଟିକେଟ ଦେବ ବୋଲି ଅନୁମାନ କରାଯାଉଛି।

ବଲିଉଡ ଅଭିନେତ୍ରୀ ହେମାମାଳିନୀଙ୍କୁ ବିଜେପି ପୁଣି ଥରେ ମଥୁରା ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି। ସେ ୨୫ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି। ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ୨୬ ରଖାଯାଇଛି।  ଏଠାରେ ଏପ୍ରିଲ ୧୮ରେ ମତଦାନ ହେବ।

Comment