ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ତାର ୯ ଲୋକସଭା ଓ ୫୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ଯାହାପରେ ପ୍ରାର୍ଥୀ, କିପରି ଏଥରର ନିର୍ବାଚନୀ ବୈତରଣୀକୁ ପାର କରିବେ ସେ ନେଇ ଅଙ୍କକଷା ଆରମ୍ଭ କରିଛନ୍ତି।

ବିଜେଡି ଏଥର ଦିଗପହଣ୍ଡି ଲାଗି ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିଧାୟକ ପ୍ରାର୍ଥୀ କରିଛି। ପ୍ରାର୍ଥୀ ଘୋଷଣା ପରେ ଶ୍ରୀଯୁକ୍ତ ପାତ୍ର ପ୍ରାର୍ଥିପତ୍ର ଦାଖଲ ସହ ରବିବାରଠୁ ଆରମ୍ଭ କରିଛନ୍ତି ପ୍ରଚାର ଅଭିଯାନ।

ନିଜର ଅନେକ ସମର୍ଥକଙ୍କ ସହିତ ଶ୍ରୀଯୁକ୍ତ ପାତ୍ର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ସୂର୍ଯ୍ୟ ପାତ୍ର କହିଛନ୍ତି, “ସେ ପୂର୍ବଥର ଭଳି ଏଥର ମଧ୍ୟ ନିର୍ବାଚନ ଜିତିବେ।”

ଶ୍ରୀ ପାତ୍ର ଗତ ୭ଥର ହେବ ବିଜେଡିରୁ ବିଧାୟକ ରହି ଆସିଛନ୍ତି। ୨୦୧୪ ନିର୍ବାଚନରେ ସେ ତାଙ୍କ ବିପକ୍ଷଙ୍କୁ ପାଖାପାଖି ୪୫ହଜାର ଭୋଟରେ ହରାଇ ଥିଲେ। ତେବେ ଦେଖିବାର କଥା ଏଥର ଦିଗପହଣ୍ଡି ବାସି ପୁଣିଥରେ ନିଜ ଅଞ୍ଚଳ ଲାଗି ସୂର୍ଯ୍ୟ ପାତ୍ରଙ୍କୁ ବିଧାୟକ ଭାବେ ବାଛୁଛନ୍ତି ନା ନାହଁ।

Comment