ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ସବୁସ୍ଥାନରେ ବର୍ଷା ହେଲେ ଆକାଶରୁ ପାଣି ବର୍ଷା ହୋଇଥାଏ। ହେଲେ ଅଷ୍ଟ୍ରେଲିଆରେ ଥିବା ଖ୍ରୀଷ୍ଟମାସ ଦ୍ୱୀପରେ କଙ୍କଡ଼ା ବର୍ଷା ହୋଇଥାଏ। ବାସ୍ତବରେ କଥାଟା ହେଉଛି ଏଠାରେ ପ୍ରତିବର୍ଷ ପାଖାପାଖି ୧୨କୋଟି ଲାଲ କଙ୍କଡ଼ା ଏକ ନିର୍ଦ୍ଦିଷ୍ଟ ସମୟରେ ଦେଖିବାକୁ ମିଳିଥାଆନ୍ତି। ଏହା ଘର, ରେଷ୍ଟୁରାଣ୍ଟ, ବାର୍, ବସ୍ ଷ୍ଟପ ସବୁଠାରେ ଦେଖାଯାଆନ୍ତି। ଯୁଆଡ଼େ ଚାହିଁଲେ ସିଆଡ଼େ ଦେଖାଯାଏ ଖାଲି ନାଲି ରଙ୍ଗର ଚାଦର।

ଏକ ନିର୍ଦ୍ଦିଷ୍ଟ ସମୟରେ ଅର୍ଥାତ୍ ବର୍ଷାଦିନେ ଏମାନେ ପ୍ରଜନନ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇଥାଆନ୍ତି। ଅର୍ଥାତ୍ ଖ୍ରୀଷ୍ଟମାସ ଦ୍ୱୀପରେ ଥିବା ଜଙ୍ଗଲରୁ ଏମାନେ ଭାରତ ମହାସାଗର ପର୍ଯ୍ୟନ୍ତ ଯାତ୍ରା କରିଥାଆନ୍ତି।

ଏହି ସମୟରେ ରାସ୍ତା ଉପରେ ହଜାର ହଜାର କଙ୍କଡ଼ା ଗାଡ଼ି ତଳେ ଚାପି ହୋଇ ଅନେକଙ୍କର ମୃତ୍ୟୁ ହୋଇଥାଏ। ଏହି ଦ୍ୱୀପଟି ୫୨ ବର୍ଗମିଟର ପରିମିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ପାଖାପାଖି ୨ହଜାର ଲୋକ ବସବାସ କରନ୍ତି। ଏହାପରେ ଏହି କଙ୍କଡ଼ାଙ୍କୁ ଦେଖିବାକୁ ପ୍ରତିବର୍ଷ ହଜାର ହଜାର ଲୋକ ଏହି ଦ୍ୱୀପକୁ ଆସିଥାଆନ୍ତି।

Comment