ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ୍‌ ଆରମ୍ଭର ପ୍ରଥମ ତଥା ଉଦ୍‌ଘାଟନୀ ମ୍ୟାଚ୍‌ରେ ରେକର୍ଡ ସୃଷ୍ଟି କଲେ ଚେନ୍ନାଇ ସୁପରକିଙ୍ଗ୍ସର ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା। ଆଇପିଏଲ୍‌ ଇତିହାସରେ ରାଇନା ପ୍ରଥମ ଖେଳାଳି ଭାବେ  ୫୦୦୦ ରନ୍‌ ପୂରଣ କରି ରେକର୍ଡ କରିଛନ୍ତି।

ସୁରେଶ ରାଇନାଙ୍କ ନାଁରେ ଆଇପିଏଲ୍‌ରେ ଆଉ ଏକ ରେକର୍ଡ ମଧ୍ୟ ରହିଛି। ରାଇନା ହେଉଛନ୍ତି ଆଇପିଏଲ୍‌ରେ ସବୁଠୁ ଅଧିକ ମ୍ୟାଚ୍‌ ଖେଲିଥିବା ଖେଳାଳି। ସେ ସର୍ବାଧିକ ୧୭୭ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ତେବେ ଶନିବାର ମ୍ୟାଚ୍‌ ପୂର୍ବରୁ ୫୦୦୦ ରନ୍‌ କ୍ଲବ୍‌ରେ ସାମିଲ ହେବା ପାଇଁ ରାଇନାଙ୍କୁ ଆଉ ୧୫ ରନ୍‌ର ଆବଶ୍ୟକତା ଥିଲା। ତେବେ କାଲି ମ୍ୟାଚ୍‌ରେ ୧୯(୨୧)ରନ୍‌ କରି ୫ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି ରାଇନା।

ଆଇପିଏଲ୍‌ ଇତିହାସରେ ରାଇନା ଏପର୍ଯ୍ୟନ୍ତ ୧୭୭ଟି ମ୍ୟାଚ୍‌ ଖେଳି ୫୦୦୪ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରୁ ୩୫ଟି ଅର୍ଦ୍ଧଶତକ ଖେଳିଥିବା ବେଳେ ମାତ୍ର ଗୋଟିଏ ଶତକ ମାରିଛନ୍ତି। ମୋଟ୍‌ ୧୧ଟି ଆଇପିଏଲ୍‌ ସିଜନ୍‌ରେ ଖେଳିଥିବା ସୁରେଶ ରାଇନ୍‌ ପ୍ରତିଟି ସିଜନ୍‌ରେ ୩୦୦ରୁ ଉର୍ଦ୍ଧ ରନ୍‌ ସଂଗ୍ରହ କରିଛନ୍ତି। ଆଇପିଏଲ୍‌ରେ ଚେନ୍ନାଇ ନିଲମ୍ବିତ ହୋଇଥିବା ସମୟରେ ସେ ଗୁଜୁରାଟ୍‌ ଟିମ୍‌ ପାଇଁ ଖେଳୁଥିଲେ।

Comment