ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ରାଉରକେଲା ପାଇଁ ଟିକେଟ ଫେରାଇଲେ ମୁକ୍ତିକାନ୍ତ
  • ମୁକ୍ତିକାନ୍ତଙ୍କ ଜାଗାରେ ବିରେନ ସେନାପତି ହେଲେ ପ୍ରାର୍ଥୀ
  • ଜି ଉଦୟଗିରିରୁ କଟିଲା ଜାକବ ପ୍ରଧାନଙ୍କ ଟିକେଟ
  • ହିଞ୍ଜିଳିରୁ ପ୍ରାର୍ଥୀ ହେଲେ ଶମ୍ଭୁନାଥ

କଂଗ୍ରେସ ଦୁଇଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି। ରାଉରକେଲାରେ କଂଗ୍ରେସ ବିରେନ ସେନାପତିଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ରାଉରକେଲା ଆସନ ପାଇଁ କଂଗ୍ରେସ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିଲା।

ମୁକ୍ତିକାନ୍ତ ଟିକେଟ ଫେରାଇ ଦେଇଥିଲେ। ନିର୍ବାଚନ ଲଢ଼ିବେନି ବୋଲି ସେ କଂଗ୍ରେସ ନେତୃବୃନ୍ଦଙ୍କୁ ସଫା କହିଦେଇଥିଲେ। ଆଜି କଂଗ୍ରେସ ରାଉରକେଲା ଆସନ ପାଇଁ ବିରେନଙ୍କୁ ପ୍ରାର୍ଥୀ କରିଛି।

ଜି ଉଦୟଗିରି ବିଧାନସଭା ଆସନ ପାଇଁ କଂଗ୍ରେସ ଶ୍ୟାମଘନ ପ୍ରଧାନଙ୍କୁ ଟିକେଟ ଦେଇଛି। ପୂର୍ବରୁ ଜାକବ ପ୍ରଧାନଙ୍କ ନାଁ ଘୋଷଣା ହୋଇଥିଲା। ଜାକବଙ୍କ ନାଁ କାଟିଛି କଂଗ୍ରେସ।

ପାଟଣାଗଡ଼ ଆସନ ପାଇଁ କଂଗ୍ରେସ ରମେଶ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ହିଞ୍ଜିଳି ପାଇଁ କଂଗ୍ରେସ ଶମ୍ଭୁନାଥ ପାଣିଗ୍ରାହୀଙ୍କ ନାଁ ଘୋଷଣା କରିଛି। ଶମ୍ଭୁନାଥ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିବେ।

Comment