ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା ପ୍ରକାଶ ରାଜ। ଫିଲ୍ମ ଦୁନିଆରେ ବେଶ୍‌ ଜଣାଶୁଣା ନାମ। କେତେବେଳେ ତାଙ୍କ ଭିଲେନ ଅଭିନୟରେ ଦର୍ଶକ ଭୟଭୀତ ହୋଇଥାନ୍ତି ତ କେତେବେଳେ ତାଙ୍କ କମେଡିରେ ଦର୍ଶକ ହସି ହସି ବେଦମ ହୋଇଥାନ୍ତି। ଭିଲେନ ହେଉ କି କମେଡି ସବୁଥିରେ ସେ ନମ୍ବର ୧ ଅଭିନେତା ଭାବେ ପ୍ରକାଶ ରାଜ ପରିଚିତ।

ମଙ୍ଗଳବାର ଏହି ଅଭିନେତା ତାଙ୍କର ୫୪ତମ ଜନ୍ମ ଦିବସ ପାଳନ କରୁଛନ୍ତି। ପ୍ରକାଶ ରାଜ ମାର୍ଚ୍ଚ ୨୬, ୧୯୬୫ରେ ବେଙ୍ଗାଳୁରୁରେ ଜନ୍ମ ହୋଇଥିଲେ। ନିଜର ଦକ୍ଷ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି।

କେବଳ ଅଭିନୟ ନୁହେଁ ଆଉ ଏକ କାରଣ ପାଇଁ ମଧ୍ୟ ସେ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ବିରୋଧରେ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି।

ପ୍ରକାଶ ରାଜ ‘ବିସିଲୁ କୁଦୁରେ’ ନାମକ ଏକ ଟିଭି ଶୋ’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୮ରେ ସେ ତାଙ୍କର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ‘ହିଟଲର’ ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଥିଲା। ଆରମ୍ଭରୁ ଅନେକ ସଂଘର୍ଷ ପରେ ସଫଳତା ପାଇଛନ୍ତି ପ୍ରକାଶ ରାଜ।

Comment