ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଆଶୁତୋଷ ଗୋୱାରକର୍‌ଙ୍କ ଐତିହାସିକ ଫିଲ୍ମ ପାନିପତ୍‌ରେ ନଜର ଆସିବେ ଅଭିନେତ୍ରୀ କୃତି ଶାନନ୍। ଏହି ଫିଲ୍ମରେ ସେ ପାର୍ବତୀବାଈ ଭୂମିକାରେ ନଜର ଆସିବେ। ନିକଟରେ ଏକ ସାକ୍ଷାତକାରେ ସେ କହିଥିଲେ ପ୍ରଥମଥର ପାଇଁ ଏମିତି ଏକ ପିରିଅଡିକାଲ ଫିଲ୍ମ କାମ କରିବାର ସୁଯୋଗ ମିଳିଥିବାରୁ ଖୁସି ଲାଗିବା ସହ ଭୟ ମଧ୍ୟ ଲାଗୁଛି। ଫିଲ୍ମରେ କୃତିଙ୍କ ସମେତ ସଞ୍ଜୟ ଦତ୍ତ, ଅର୍ଜୁନ କପୁର କାମ କରିଛନ୍ତି।

ଏହି ଫିଲ୍ମ ପାଇଁ କୃତି ୩ ମାସ ସମରକଳା, ତରବାରୀ ଚାଳନା ପାଇଁ ତାଲିମ ନେଇଥିଲେ।

ଚୁଲବୁଲି କୃତି ଶାନନଙ୍କ ବଲିଉଡ କ୍ୟାରିୟର ଆଗେଇ ଚାଲିଛି। ହିରୋପନ୍ତୀ, ରାବ୍‌ତା, ବରେଲୀ ଭଳି ଅନେକ ସପୁରହିଟ ଫିଲ୍ମରେ ଅଭିନୟ କରିଛନ୍ତି ଏହି ଅଭିନେତ୍ରୀ। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ଲୁକା ଛପି ରିଲିଜ ହୋଇଥିଲା।

Comment