ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ନିର୍ବାଚନ ପ୍ରଚାର ପାଇଁ ସଜବାଜ ହେଉଛନ୍ତି ମୋଦି।

ଉତ୍ତରପ୍ରଦେଶ ମିରଟରୁ ନରେନ୍ଦ୍ର ମୋଦି ଆରମ୍ଭ କରିବେ ନିର୍ବାଚନ ପ୍ରଚାର। ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଏହି ପ୍ରଚାର। ମୋଦି ଏହି ଦିନ ତିନୋଟି ରାଜ୍ୟରୁ ପ୍ରଚାର ବିଗୁଲ ଫୁଙ୍କିବେ।

ମିରଟ ସମେତ ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡରେ ମଧ୍ୟ ମୋଦି ଏହିଦିନ ପ୍ରଚାର କରିବେ। ଏପ୍ରିଲ ୧୧ରେ ପଶ୍ଚିମ ଉତ୍ତରପ୍ରଦେଶରେ ୮ଟି ଲୋକସଭା ଆସନରେ ନିର୍ବାଚନ ହେବ। ଏହାକୁ ଫୋକସ୍ କରି ମୋଦି ମିରଟରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ।

ସେହିପରି ଉତ୍ତରାଖଣ୍ଡର ରୁଦ୍ରପୁରରେ ମଧ୍ୟ ମୋଦି ପ୍ରଚାର ମଇଦାନକୁ ଓହ୍ଲାଇବେ।

ମାର୍ଚ୍ଚ ୨୯ରେ ମୋଦି ଓଡ଼ିଶାରୁ ପ୍ରଚାର ଅଭିଯାନ ଆରମ୍ଭ କରୁଛନ୍ତି। ଏହି ଦିନ ମୋଦି କୋରାପୁଟର ଜୟପୁରଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଏହାସହ ତେଲେଙ୍ଗାନାର ମେହବୁବ ନଗର ଏବଂ ଆନ୍ଧ୍ରପ୍ରଦେଶର କୁର୍ଣ୍ଣଲରେ ଆୟୋଜିତ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ।

୧୫ ଦିନ ଭିତରେ ମୋଦି ୧୫୦ରୁ ଅଧିକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ରାଲି ମାଧ୍ୟମରେ ମୋଦି କେନ୍ଦ୍ର ସରକାରଙ୍କ ସଫଳ ଲୋକପ୍ରିୟ ଯୋଜନା ସମ୍ପର୍କରେ ଅବଗତ କରିବେ।

Comment