ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଲକାତା ନାଇଟ୍‌ ରାଇଡର୍ସ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ବୁଧବାର ଖେଳାଯାଇଥିଲା ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ଷଷ୍ଠ ମ୍ୟାଚ୍‌। କୋଲକାତାର ଇଡେନ୍‌ ଗାର୍ଡେନଣେ ଏହି ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପଞ୍ଜାବ ଦଳର ଅଧିନାୟକ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଛୋଟିଆ ଭୁଲ ପାଇଁ କେକେଆର୍‌ଠାରୁ ପଞ୍ଜାବ ହାରିଛି।

ଟସ୍‌ ଜିତି ପଞ୍ଜାବ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା।  କେକେଆର୍‌ ୧୪.୩ ଓଭର୍‌ରେ ଯେତେବେଳେ ୧୪୬ ରନ୍‌ ସଗ୍ରହ କରିଥିଲା, ନିତିଶ ରାଣା ଆଉଟ୍‌ ହୋଇ ପଡ଼ିଆକୁ ଆସିଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଆଣ୍ଡ୍ରେ ରସଲ୍‌। ୫ଟି ବଲ ଖେଳି ୩ ରନ କରିଥିବା ରସେଲ୍‌ ପଞ୍ଜାବର ବୋଲର ମହମ୍ମଦ ସାମିଙ୍କ ବଲ୍‌ରେ ବୋଲ୍ଡ ହୋଇ ଆଉଟ୍‌ ହୋଇଥିଲେ। ଆଉଟ୍‌ରେ ପଞ୍ଜାବର ଖେଳାଳି ଖୁସି ମନାଉଥିବାବେଳେ ହଠାତ୍‌ ଅମ୍ପାୟର୍ସଙ୍କ ଇସାରା ନୋ’ ବଲ୍‌ ଥିଲା।

ସାମି ବୋଲିଂ ସମୟରେ କ୍ରିଜ ବାହାରେ ପାଦ ନ ଥିଲା କି ବଲ ସେଭଳି ଉଚ୍ଚରେ ଯାଇନଥିଲା। ତେବେ ଏହା ନୋ’ ବଲ୍‌ କାହିଁକି ସେନେଇ ପଞ୍ଜାବ ଅଧିନାୟକ ଅଶ୍ୱୀନ ଏବଂ ଅମ୍ପାୟର୍ସଙ୍କ ଭିତରେ ଯୁକ୍ତି ହୋଇଥିଲା। ବାସ୍ତବରେ ମ୍ୟାଚ୍‌ରେ ପଞ୍ଜାବ ଦଳର ଫିଲ୍ଡରମାନେ ୩୦ ଗଜ ଭିତରେ କେବଳ ୩ ଜଣ ଖେଳାଳି ଥିଲେ। ଯାହାକି ୪ ଜଣ ରହିବା କଥା। ଏହାକୁ ଦେଖି ତୃତୀୟ ଅମ୍ପାୟର୍ସ ରସେଲଙ୍କ ଆଉଟ୍‌ ହୋଇଥିବା ବଲ୍‌କୁ ନୋ’ ବଲ କରିଥିଲେ।

ଜୀବନଦାନ ପାଇବା ପରେ ଆରମ୍ଭ ହୋଇଥଇଲା ରସେଲ୍‌ଙ୍କ ଆକ୍ରମଣାତ୍ମକ ଖେଳ। ରସେଲ ବିସ୍ଫୋରକ ବ୍ୟାଟିଂ କରି ପରବର୍ତ୍ତୀ ୧୨ଟି ବଲରେ ୪୫ ରନ୍‌ ସଂଗ୍ରହ କରିଥିଲେ।  ଷସଥଇମଧ୍ରୁ ୬ଟି ଛକା ହୋଇତିବା ବେଳେ ୩ଟି ଚୌକା ମାରିଥିଲେ ଆଣ୍ଡ୍ରେ ରସେଲ୍‌।

ରସେଲ୍‌ଙ୍କ ବ୍ୟାଟିଂ ଯୋଗୁଁ କୋଲକାତା ଟିମ୍‌ ୨୦ ଓଭରରେ ୪ ୱିକେଟ ହରାଇ ୨୧୮ ରନ ସଂଗ୍ରହ କରିଥିଲା। ଏହାର ଜବାବରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୪ ୱିକେଟରେ ୧୯୦ କରିବାକୁ ସମର୍ଥ ହୋଇଥିଲା। ତେବେ ପଞ୍ଜାବ ଦଳର ଅଧିନାୟକ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଛୋଟିଆ ଭୁଲ ପାଇଁ କେକେଆର୍‌ଠାରୁ ୨୮ ରନ୍‌ରେ ପଞ୍ଜାବ ହାରିଛି। ଏହି କଥାକୁ ଅଶ୍ୱୀନ ଗୁରୁବାର ଏହି କଥାକୁ ସ୍ୱୀକାର କରିଛନ୍ତି।

Comment